ନାମ୍ବିଆ ରାଷ୍ଟ୍ରପତି ହେଜ ଙ୍ଗିଗୋବଙ୍କ ପରଲୋକ, କ୍ୟାନସରରେ ଥିଲେ ପୀଡିତ
ବିଶ୍ୱ କର୍କଟ ଦିବସରେ ନାମ୍ବିଆ ରାଷ୍ଟ୍ରପତି ହେଜ ଙ୍ଗିଗୋବଙ୍କ ନିଧନ । କିଛିଦିନ ହେଲାଣି କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା । ତାଙ୍କ ମୃତ୍ୟୁ ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନାଙ୍ଗେଲୋ ମବୁମ୍ବାଙ୍କୁ ଦାୟିତ୍ୱ ଦିଆଯାଇଛି ।

ନାମ୍ବିଆ ରାଷ୍ଟ୍ରପତି ହେଜ ଙ୍ଗିଗୋବଙ୍କ ପରଲୋକ ହୋଇଛି । ୮୨ ବର୍ଷୀୟ ରାଷ୍ଟ୍ରପତି ହେଜଙ୍କ ମୃତ୍ୟୁ ହସପିଟାଲରେ ହୋଇଛି । କିଛିଦିନରୁ ରାଷ୍ଟ୍ରପତି କ୍ୟାନସର ସହିତ ଲଢୁଥିଲେ । ତାଙ୍କ ମୃତ୍ୟୁପରେ ଡ. ନାଙ୍ଗେଲୋ ମବୁମ୍ବାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଯାଇଛି ।
Announcement of the Passing of H.E Dr @hagegeingob, President of the Republic of Namibia, 04 February 2024
Fellow Namibians,
It is with utmost sadness and regret that I inform you that our beloved Dr. Hage G. Geingob, the President of the Republic of Namibia has passed on… pic.twitter.com/Qb2t6M5nHi
— Namibian Presidency (@NamPresidency) February 4, 2024
ଆଫ୍ରିକା ଦେଶରେ ପ୍ରତିବର୍ଷ ଶେଷରେ ରାଷ୍ଟ୍ରପତି ଏବଂ ସଂସଦୀୟ ନିର୍ବାଚନ ହୁଏ । ସୋସିଆଲ ମିଡିଆରେ ରାଷ୍ଟ୍ରପତିଙ୍କ ନିଧନ ହୋଇଥିବା କୁହାଯାଇଛି କିନ୍ତୁ ମୃତ୍ୟୁର କାରଣ କୁହାଯାଇନି । ତେବେ ଗତ ମାସରେ ନିୟମିତ ଚିକିତ୍ସା ବେଳେ ତାଙ୍କୁ କ୍ୟାନସର ହୋଇଛି ବୋଲି ଜଣାପଡିଥିଲା । ଏହାପରେ ତାଙ୍କ ଚିକିତ୍ସା ଆମେରିକାରେ ହେଉଥିଲା ।