୧୦ହଜାର ଫୁଟ ଲମ୍ବର ଅଟଳ ଟନେଲ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଏଥର ମନାଲି ଓ ଲେହ ମଧ୍ୟରେ କମିବ ୪୬ କିମି ଦୂରତା

କେନ୍ଯୁଜ୍: ବିଶ୍ୱର ଦୀର୍ଘତମ ହାଇେୱେ ଟନେଲ ହେଲା ଲୋକାର୍ପିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯.୨ କିଲୋମିଟର ଲମ୍ବ ଅଟଳ ଟନେଲକୁ ଲୋକାର୍ପଣ କରିଛନ୍ତି। ସାମରିକ ଦୃଷ୍ଟିକୋଣରୁ ଏହି ଟନେଲ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ଟନେଲ ଖୋଲିବା ଦ୍ୱାରା ମନାଲି ଠାରୁ ଲାଲାହୌଲି ଘାଟି ବର୍ଷତମାମ ଯୋଡ଼ି ହୋଇ ପାରିବ। ଶୀତ ଋତୁରେ ପ୍ରବଳ ବରଫ ପାତ ଫଳରେ ଅର୍ଦ୍ଧାଧିକ ସମୟ ଏହା ଅନ୍ୟ ଅଞ୍ଚଳ ଠାରୁ ଅପହଞ୍ଚ ରହୁଥିଲା। ହିମାଚଳ ପ୍ରଦେଶର ରୋହତଙ୍ଗରେ ଏହି ଟନେଲ ମନାଲି-ଲେହ ରାସ୍ତାକୁ ସଂଯୋଗ କରୁଛି। ଏହାର ଓସାର ରହିଛି ୧୦.୫ ମିଟର ।
ଏହା ସହ ଏକ ମିଟର ଓସାରର ଫୁଟ୍ପାଥ୍ ମଧ୍ୟ ରହିଛି । ୧୦ ବର୍ଷରେ ପୂରା ହୋଇଛି ପ୍ରକଳ୍ପ । ୬ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଥିବା ବେଳେ ସରିବାକୁ ୧୦ ବର୍ଷ ଲାଗିଛି । ଟନେଲ୍ର ପ୍ରତି ୬୦ ମିଟର ବ୍ୟବଧାନରେ ସିସିଟିଭି କ୍ୟାମେରା ଲାଗିଛି । ପ୍ରତି ୫୦୦ ମିଟର ବ୍ୟବଧାନରେ ଜରୁରୀ କାଳୀନ ପ୍ରସ୍ଥାନ ଦ୍ୱାର ରହିଛି । ଟନେଲ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରହିଛି। ମନାଲି ଓ ଲେହ ମଧ୍ୟରେ ୪୬ କିଲୋମିଟର ଦୂରତା କମାଇବ ଏହି ଟନେଲ୍ । ଏହାର ଉତ୍ତର ପାର୍ଶ୍ୱ ରୋହତଙ୍ଗ ପାସ୍ ସହ ସଂଯୁକ୍ତ ହୋଇଛି। ପରେ ମଧ୍ୟାହ୍ନ ୧୨ଟାରେ ସିସ୍କୁ ଠାରେ ଏକ ଜନସଭାକୁ ସମ୍ବୋଧନ କରୁଛନ୍ତି ମୋଦି। ଏହା ପୂର୍ବରୁ ଗତକାଲି ମନାଲିରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।