ଆଇପିଏଲ: ରାଇନାକୁ ପଛରେ ପକାଇ ନିଜ ନାମରେ ଏହି ରେକର୍ଡ କଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିବାର କୀର୍ତ୍ତିମାନକୁ ନିଜ ନାମରେ କରି ନେଇଛନ୍ତି। ପୂର୍ବରୁ ରାଇନା ଅଧିକ ମ୍ୟାଚ ଖେଳିବାର ରେକର୍ଡ ରହିଥିବା ବେଳେ ଧୋନୀ ଏବେ ଏହି ରେକର୍ଡ ଛଡାଇ ଆଣିଛନ୍ତି। ଶୁକ୍ରବାର ଧୋନି ହାଇଦ୍ରାଦାବ ବିପକ୍ଷରେ ନିଜ ୧୯୪ତମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ଧୋନି କେବଳ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ୧୧ଟି ସିଜିନ ଖେଳି ୧୬୪ ମ୍ୟାଚ୍ରେ ପ୍ରତିନିଧିତ୍ବ କରିଛନ୍ତି। ୨୦୧୩ ସ୍ପଟ୍ ଫିକ୍ସିଂ ମାମଲାରେ ସିଏସକେ ନିଲମ୍ବିତ ହେବା ପରେ ୨୦୧୬ ଏବଂ ୨୦୧୭ ଦୁଇଟି ସିଜିନ ପାଇଁ ଧୋନି ରାଇଜିଂ ପୁନେ ସୁପରଜିଆଣ୍ଟ୍ସ ପାଇଁ ୩୦ ମ୍ୟାଚ୍ ଖେଳିଥିଲେ।
ଶୁକ୍ରବାରର ମ୍ୟାଚ୍ ପୂର୍ବରୁ ଧୋନିଙ୍କୁ ସୁରେଶ ରାଇନା ପ୍ରଥମେ ଅଭିନନ୍ଦନ ଜଣାଇଥିଲେ। ‘ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳାଳି ହୋଇଥିବାରୁ ଅଭିନନ୍ଦନ ମାହି ଭାଇ। ମୋ କୀର୍ତିମାନକୁ ଭାଙ୍ଗିଥିବାରୁ ମୁଁ ବହୁତ ଖୁସି। ମୁଁ ନିଶ୍ଚିତ ଚଳିତ ବର୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ଆଇପିଏଲ୍ ଟ୍ରଫି ଜିତିବ’ ବୋଲି ରାଇନା ଟ୍ବିଟ୍ କରିଛନ୍ତି।
ମହେନ୍ଦ୍ର ସିଂ ଧୋନୀ: ୧୯୪ ମ୍ୟାଚ
ସୁରେଶ ରାଇନା: ୧୯୩ ମ୍ୟାଚ
ରୋହିତ ଶର୍ମା: ୧୯୨ମ୍ୟାଚ
ଦିନେଶ କାର୍ତ୍ତିକ: ୧୮୫ମ୍ୟାଚ
ବିରାଟ କୋହଲି: ୧୫୦ମ୍ୟାଚ