ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ଚିଠି ଲେଖିଲେ ବଲିଉଡ ନିର୍ଦ୍ଦେଶକ କରଣ ଜୋହର, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବଲିଉଡ ଜଗତର ଜଣେ ନାମୀ ପ୍ରଡ୍ୟୁସର ଓ ଡ଼ାଇରେକ୍ଟର ଭାବେ ଜଣା କରଣ ଜୋହର ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟର ମାଧ୍ୟମରେ ଚିଠି ଲେଖିଛନ୍ତି । ମୋଦିଙ୍କ ଉଦ୍ଦେଶ୍ୟରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେ ଲେଖିଛନ୍ତିକି, ଦେଶ ସ୍ୱାଧୀନତା ଲାଭ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବଲିଉଡ ଏକ ସ୍ୱତନ୍ତ୍ର ଫିଲ୍ମ ନିର୍ମାଣ କରିବା ନେଇ ନିଷ୍ପତ୍ତି ନେଇଛି । କାରଣ ଏହା ମଧ୍ୟ ଲେଖିଛନ୍ତି- ଆମ ପାଇଁ ଏହା ନିଷ୍ଛିନ୍ତ ରୂପେ ଏକ ଗର୍ବର ବିଷୟ ଯେ ଆମେ ଭାରତ ପରି ଏକ ମହାନ ଦେଶର ଇତିହାସକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ । ଖୁବ ଶୀଘ୍ର ଦେଶ ନିଜ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି ।

ଏହି ଅବସରରେ ଚେଞ୍ଜ ବିଦୀନ” କ୍ୟାମ୍ପେନ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରି ଭାରତୀୟଙ୍କ ପାଇଁ ଏମିତି ଏକ କାହାଣୀ ଦେଖାଇବାକୁ ଯାଉଛି ଯେଉଁଥିରେ ଦେଶର ସଂସ୍କୃତି ଓ ଶୌର୍ଯ୍ୟ ଉଭୟ ପ୍ରଦର୍ଶିତ ହେଉଥିବ । ଆଉ ଏହି କାହାଣୀରେ ଭାରତର ଆତ୍ମାକୁ ପ୍ରଦର୍ଶିତ କରାଯିବ । ଏହି ପଦକ୍ଷେପରେ ବଲିଉଡ ଆପଣଙ୍କ ସହଯୋଗ କାମନା କରୁଛି ବୋଲି କରଣ ଲେଖିଛନ୍ତି । କହିରଖିବା ଉଚିତ ହେବକି ଏହି ପ୍ରୟାସରେ ଏକତା କପୁର, ରୋହିତ ସେଟ୍ଟି , ସାଜୀଦ ନାଡ଼ୀୟଵାଲାଙ୍କ ସମେତ ଅନ୍ୟ ବରିଷ୍ଠ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମାନେ ବି ସାମିଲ ଅଛନ୍ତି । ଗତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ରାଜକୁମାର ହିରାନୀ ଏକ ଫିଲ୍ମ ପ୍ରସ୍ତୁତ କରିଥିଲେ । ଅନ୍ୟପକ୍ଷରେ କରଣଙ୍କ ଏହି ଚିନ୍ତାଧାରାକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.