‘ଓମ୍‌ ଓ ଗାଈ ଶବ୍ଦ ଶୁଣିଲେ କିଛି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି’ : ନରେନ୍ଦ୍ର ମୋଦି

ଓମ୍‌ ଓ ଗାଈ ଶବ୍ଦ ଶୁଣିଲେ କିଛି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ଓମ୍‌ ଶବ୍ଦ ଶୁଣି ଭାବୁଛନ୍ତି ଦେଶ ଷୋଡଷ ଶତାବ୍ଦୀକୁ ଚାଲିଗଲା। ହେଲେ ଗ୍ରାମୀଣ ଅର୍ଥନୀତିରେ ଗାଈର ବଡ଼ ଭୂମିକା ରହିଛି। କେବଳ ଗାଈ ନୁହେଁ, ଭାରତୀୟ ଅର୍ଥନୀତିରେ ପରିବେଶ ଓ ଜୀବଜନ୍ତୁଙ୍କର ବଡ଼ ଭୂମିକା ରହିଛି ବୋଲି ମଥୁରାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି। ଏହାକୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ଆଶାଦୁଦ୍ଦିନ ଓେଓ୍ଵସୀ। କହିଛନ୍ତି, ହିନ୍ଦୁ ଭାଇଙ୍କ ପାଇଁ ଗାଈ ଏକ ପବିତ୍ର ପ୍ରାଣୀ। କିନ୍ତୁ ମଣିଷକୁ ଜୀବନ ଓ ସମାନତା ଅଧିକାର ଦେଇଛି ଭାରତର ସମ୍ବିଧାନ। ଏହାକୁ ପ୍ରଧାନମନ୍ତ୍ରୀ ଭୁଲିବେ ନାହିଁ ବୋଲି ମୁଁ ଆଶା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.