ମଧ୍ୟପ୍ରଦେଶ: କ୍ରୀଡାମନ୍ତ୍ରୀ ହେଲେ ଟ୍ରାଫିକ ପୋଲିସ !, କାର୍ରୁ ଓହ୍ଲାଇ ଟ୍ରାଫିକ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ ବାଟ
ମଧ୍ୟପ୍ରଦେଶ କ୍ରୀଡାମନ୍ତ୍ରୀ ହେଲେ ଟ୍ରାଫିକ ପୋଲିସ ! କାର୍ରୁ ଓହ୍ଲାଇ ଟ୍ରାଫିକ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ ବାଟ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇନ୍ଦୋରରେ ଲଗାଣ ବର୍ଷାରେ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ମଧ୍ୟପ୍ରଦେଶର କ୍ରୀଡା ମନ୍ତ୍ରୀ ଜିତୁ ପତଓ୍ଵାରୀ ମଧ୍ୟ ଟ୍ରାଫିକରେ ଫସିଯାଇଥିଲେ। କିଛି ସମୟ ଟ୍ରାଫିକ ଜାମରେ ତାଙ୍କ ଗାଡି ଠିଆ ହେବା ପରେ ଶେଷରେ ଗାଡିରୁ ଓହ୍ଲାଇଥିଲେ ପତଓ୍ଵାରୀ। କିଛି ଲୋକଙ୍କ ସହ ମିଶି ଗାଡିକୁ ବାଟ କଢାଇଥିଲେ। ତେବେ ବଡ଼ କଥା ହେଉଛି ଟ୍ରାଫିକ ପଏଣ୍ଟରେ ନା ଥିଲା ଟ୍ରାଫିକ ଲାଇଟ ନା କୌଣସି ଟ୍ରାଫିକ ପୋଲିସ। ଏନେଇ ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଫୋନ କରି ତାଗିଦ କରିଥିଲେ ପତଓ୍ଵାରୀ। କ୍ରୀଡାମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ପାଇଁ ବେଶ ପ୍ରଶଂସା କରିଛନ୍ତି ଲୋକେ।
#WATCH: Madhya Pradesh Sports Minister, Jitu Patwari, helped in managing traffic after he got stuck in a traffic jam in Indore, yesterday. #MadhyaPradesh pic.twitter.com/HILkS4fFcl
— ANI (@ANI) September 10, 2019