ୟୁକ୍ରେନ୍-ରୁଷର ଯୁଦ୍ଧ ସଙ୍କଟକୁ ନେଇ ‘ନାଟୋ’ର ପ୍ରେସମିଟ୍, ‘ଆକ୍ରମଣ ପାଇଁ ଋଷକୁ ପରିଣାମ ଭୋଗିବାକୁ ପଡିବ’

ନୂଆଦିଲ୍ଲୀ : ୟୁକ୍ରେନ୍-ରୁଷ୍ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଯୁଦ୍ଧରେ ପରିଣତ ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କାକୁ ବଢାଇ ଦେଇଛି । ରୁଷ୍ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରୁଛି । ୟୁକ୍ରେନ୍ ରାଜଧାନୀ କିଭ ଓ ଖାରକିଭ ସ୍ଥିତ ମିଲିଟାରୀ ବେସ୍ ଉପରେ ମିସାଇଲ ଆଟାକ୍ କରିଛି ଋଷିଆ। ବାଇଡେନ୍ କହିଛନ୍ତି ଆଗକୁ ହେବାକୁ ଥିବା ଧ୍ୱଂସଲୀଳା ପାଇଁ ରୁଷ ହିଁ ଦାୟୀ ରହିବ।
ଜାତିସଂଘ ମହାସଚିବ ସୈନ୍ୟଙ୍କୁ ଫେରାଇ ଆଣିବାକୁ ପୁତିନ୍ଙ୍କୁ ଆବେଗପୂର୍ଣ୍ଣ ନିବେଦନ କରିଛନ୍ତି । ଏପଟେ ୟୁକ୍ରେନ୍ ସଂକଟ ନେଇ ନିନ୍ଦା କରିଛି NATO । ତୁରନ୍ତ ସେନା ଆକ୍ରମଣ ରୋକିବାକୁ ପଦକ୍ଷେପ ନେଉ ଋଷ । ନହେଲେ ଏହାର ଭୟଙ୍କର ପରିଣାମ ଭୋଗିବ ରୁଷ୍ ।