ପାହାଡ଼ରେ ପିଟି ହେଲା ହେଲିକପ୍ଟର, ନେପାଳ ମନ୍ତ୍ରୀଙ୍କ ସମେତ ୭ ମୃତ

ହେଲିକପ୍ଟର ଦୁର୍ଘଟଣାରେ ନେପାଳର ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ । ନେପାଳର ତାପଲେଜୁଙ୍ଗ ଅଞ୍ଚଳରେ ଏହି ହେଲିକପ୍ଟର ଯାଉଥିବା ବେଳେ ଏକ ପାହାଡ଼ରେ ଧକ୍କା ଖାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀ, ତାଙ୍କର ସୁରକ୍ଷା କର୍ମୀ, ପାଇଲଟ୍‌ ସମେତ ଅନ୍ୟମାନେ ମୃତ୍ୟୁବରଣ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାରେ ପାଥିଭାରା ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ତେବେ ହେଲକପ୍ଟରଟି ପାହାଡ଼ରେ ଧକ୍କା ଖାଇ ସେଥିରେ ନିଆଁ ଲାଗି ଯାଇଥିଲା । ଏଥିରେ ଥିବା ସମସ୍ତେ ମୃତ୍ୟୁ ମୁଖରେ ପଡ଼ିଥିବା ସ୍ଥାନୀୟ ଜିଲ୍ଲା ଅଧିକାରୀ କହିଛନ୍ତି ।

NEPAL-1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.