ରାଜସ୍ଥାନରେ ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡର ପୁନରାବୃତ୍ତି: ଖୁଡିଙ୍କୁ ୧୦ ଖଣ୍ଡ କଲା ପୁତୁରା

କେନ୍ୟୁଜ୍(ବ୍ୟୁରୋ): ଖୁଡ଼ିକୁ ୧୦ଖଣ୍ଡ କଲା ପୁତୁରା । ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ରାଜସ୍ଥାନରେ ଏହି ହତ୍ୟାକାଣ୍ଡ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖୁଡ଼ିକୁ ହତ୍ୟା କରି ମାର୍ବଲ କଟରରେ ମୃତଦେହକୁ ୧୦ଖଣ୍ଡ କରି କାଟି ଜଙ୍ଗଲର ବିଭିନ୍ନ ସ୍ଥାନରେ ପକାଇଛି ପୁତୁରା । ଅଭିଯୁକ୍ତ ଅନୁଜ ଶର୍ମାକୁ ଗିରଫ କରିଛି ପୋଲିସ । ଜୟପୁର ବିଦ୍ୟାଧରନଗର ଅଞ୍ଚଳର ଲାଲ୍‌ପୁରିଆ ଆପାର୍ଟମେଣ୍ଟର ସେକ୍ଟର -୨ର ଘଟଣା । ଖୁଡ଼ି ସରୋଜ ଶର୍ମାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଅନୁଜ ସରୋଜଙ୍କ ପାଖେ ରହି ତାଙ୍କର ଯତ୍ନ ନେଉଥିଲା ।

ସରୋଜଙ୍କ ଅନୁଜର ବିଭିନ୍ନ ନିଷ୍ପତ୍ତିରେ ହସ୍ତକ୍ଷେପ ଅନୁଜକୁ ପସନ୍ଧ ନଥିଲା । ତେବେ ଡିସେମ୍ବର ୧୧ରେ ସେ ଦିଲ୍ଲୀ ଯିବାର ଥିଲା ଖୁଡ଼ି ଏନେଇ ଅନୁମତି ନଦେବାରୁ ଖୁଡିକୁ ହାତୁଡିରେ ପିଟି ମାରିଥିବା ଏବଂ ପରେ ଶରୀରକୁ ୧୦ଖଣ୍ଡ କରି ଜଙ୍ଗଲରେ ଫୋପାଡିଥିବା କହିଛି ଅଭିଯୁକ୍ତ । ଅନୁଜ କିଚେନରେ ରକ୍ତ ଦାଗ ଧୋଉଥିବା ବେଳେ ସରୋଜଙ୍କ ଝିଅ ହାତରେ ଧରା ପଡିଥିଲେ ।ସରୋଜଙ୍କ ଝିଅ ଥାନାରେ ଅନୁଜ ବିରୁଦ୍ଧରେ ଏତଲା ଦେବା ପରେ ପୋଲିସ ଅନପୁଜକୁ ହାଜତକୁ ନେଇ ଜେରା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.