ବିଶ୍ୱବାସୀଙ୍କୁ ଚେତେଇ ଦେଲେ ଉହାନ ବୈଜ୍ଞାନିକ, ଆସି ଗଲାଣି ‘ନିଓକୋଭ ଭାଇରସ୍‌’; ପ୍ରତି ୩ ଜଣରେ ଜଣଙ୍କର ହେବ ମୃତ୍ୟୁ!

ବିଶ୍ୱବାସୀଙ୍କୁ ଚେତାବନୀ। ମାଡ଼ି ଆସିଲାଣି ନୂଆ ଭାଇରସ୍‌। ମଣିଷକୁ ଆହୁରି ସତର୍କ ରହିବାକୁ ହେବ। କରୋନା ଭାଇରସ୍‌ର ପ୍ରଥମ ଗଡ଼ କୁହାଯାଉଥିବା ଚୀନର ଉହାନ ସହରର ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ବିଶ୍ୱକୁ ନୂଆ କରୋନା ଭାଇରସ୍‌ ‘NeoCov(ନିଓକୋଭ)’ ଆସି ଗଲାଣି। ଏହି ନୂଆ ଭାଇରସ୍‌ ବହୁତ ଅଧିକ ସଂକ୍ରାମକ ରହିଛି ଏବଂ ଏଥିରେ ପ୍ରତି ୩ ଜଣରେ ଜଣଙ୍କର ମୃତ୍ୟୁ ହୋଇ ପାରେ। ବୈଜ୍ଞାନିକମାନେ କହିଛନ୍ତି, ଏହି ନୂଆ କରୋନା ଭାଇରସ୍‌ ଦକ୍ଷିଣ ଆଫ୍ରିକାରେ ମିଳିଛି। ଯଦିଓ ବୈଜ୍ଞାନିକମାନଙ୍କ କହିବା ହେଲା, ନିଓକୋଭ କରୋନା ଭାଇରସ୍‌ ନୂଆ ନୁହେଁ। ତେବେ ଆଶ୍ୱସ୍ତୀକର କଥା ଏହା ହେଉଛି ଯେ ଏହି ନୂଆ କରୋନା ଭାଇରସ୍‌ ଏବେ ସୁଦ୍ଧା ମଣିଷଙ୍କଠାରେ ଦେଖାଦେଇ ନାହିଁ।

ରୁଷୀୟ ନ୍ୟୁଜ୍‌ ଏଜେନ୍ସି ସ୍ପୁତନିକର ରିପୋର୍ଟ ମୁତାବକ, ନିଓକୋଭ୍ କରୋନା ଭାଇରସ୍‌ Mars Cove ଭାଇରସ୍‌ ସହ ଜଡ଼ିତ। ୨୦୧୨ ଏବଂ ୨୦୧୫ ମସିହା ମଧ୍ୟରେ ପ୍ରଥମେ ଏହା ପଶ୍ଚିମ ଏସିଆର ଦେଶଗୁଡ଼ିକରେ ପ୍ରଭାବ ପକାଇଥିଲା। ଏହା SARS-CoV-2 ଭଳି ହୋଇଥାଏ, ଯାହା ମଣିଷ ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ କରିଥାଏ। ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ନିଓକୋଭ୍ ଭାଇରସ୍ ବାଦୁଡ଼ିମାନଙ୍କଠାରେ ଦେଖା ଦେଇଛି ଏବଂ ଏହା କେବଳ ପଶୁମାନଙ୍କଠାରେ ହିଁ ଦେଖିବାକୁ ମିଳୁଛି।

ଏକ ୱେବସାଇଟରେ ପ୍ରକାଶିତ ଅନୁସନ୍ଧାନ ମୁତାବକ, ନିଓକୋଭ୍ ଏବଂ ଏହାର ଘନିଷ୍ଠ ସହଯୋଗୀ PDF-2180-CoV ମଣିଷକୁ ସଂକ୍ରମିତ କରି ପାରନ୍ତି। ଉହାନ୍ ବିଶ୍ୱବିଦ୍ୟାଳୟ ଏବଂ ଚାଇନା ଏକାଡେମୀ ଅଫ୍ ସାଇନ୍ସର ଅନୁସନ୍ଧାନକାରୀଙ୍କ କହିବା ହେଲା, ଏହି ନୂଆ ଭାଇରସ୍‌ ମଣିଷର କୋଶିକାଗୁଡ଼ିକୁ ସଂକ୍ରମିତ କରିବା ଲାଗି କେବଳ ଗୋଟିଏ ହିଁ ମ୍ୟୁଟେଶନ ଆବଶ୍ୟକ କରେ। ଅନୁସନ୍ଧାନରେ କୁହାଯାଇଛି ଯେ MERS ଭଳି ନିଓକୋଭ୍ ଭାଇରସ୍‌ରେ ବହୁତ ଅଧିକ ରୋଗୀଙ୍କର ମୃତ୍ୟୁ ଘଟିପାରେ। ଏହି ସଂଖ୍ୟା ପ୍ରତି ୩ ରୋଗୀଙ୍କ ମଧ୍ୟରୁ ଜଣେ ହୋଇପାରେ।

ସେପଟେ NeoCoV ଭାଇରସ୍‌ରେ ବର୍ତ୍ତମାନର SARS-CoV-2 କରୋନା ଭାଇରସ୍‌ର ଗୁଣ ଭରି ରହିଛି, ଯାହାକି ଏହାକୁ ଅତ୍ୟଧିକ ମାରାତ୍ମକ କରୁଛି। ଏ ନେଇ ରୁଷର ସରକାରୀ ଭାଇରୋଲୋଜି ରିସର୍ଚ୍ଚ ସେଣ୍ଟର ଗୁରୁବାର ଏକ ବିବୃତ୍ତି ଜାରି କରିଛି। ଏହା କହିଛି ଯେ ଭେକ୍ଟର ଅନୁସନ୍ଧାନ କେନ୍ଦ୍ର ନିଓକୋଭ୍ କରୋନା ଭାଇରସ୍‌ ଉପରେ ଚୀନ ଅନୁସନ୍ଧାନକାରୀଙ୍କ ଦ୍ୱାରା ସଂଗୃହିତ ତଥ୍ୟ ସହିତ ପରିଚିତ ରହିଛି। ବର୍ତ୍ତମାନ ସମୟରେ ଏହା ମଣିଷକୁ ସଂକ୍ରମିତ କରିବାରେ ସକ୍ଷମ ନୁହେଁ। ତଥାପି ଏହାର ବିପଦକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଅଧ୍ୟୟନ କରାଯିବାର ଆବଶ୍ୟକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.