Below header

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆଜିଠୁ ନୂଆ ସରକାର

ଏମପି ସିଏମ ଭାବେ ମୋହନ ଯାଦବ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏ ଶପଥ ନେବେ । ଆଜି ଏମପିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ । ସେହିପରି ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

କେନ୍ୟୁଜ(ବ୍ୟୁରୋ) : ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆଜିଠୁ ନୂଆ ସରକାର। ଏମପି ସିଏମ ଭାବେ ମୋହନ ଯାଦବ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏ ଶପଥ ନେବେ । ଏମପିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ । ସେହିପରି ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଅପରାହ୍ନ ୧୨ଟାରେ ଶପଥ ଉତ୍ସବ ହେବ । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ପହ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏଥିପାଇଁ ଭୋପାଳରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ସେହିପରି ଛତିଶଗଡ଼ ସିଏମ ଭାବେ ବିଷ୍ଣୁଦେଓ ସାଏ ଶପଥ ନେବେ । ତାଙ୍କ ସହ ଛତିଶଗଡ଼ ବିଜେପି ମୁଖ୍ୟ ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ । ଅପରାହ୍ଣ ୪ଟାରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାୟପୁର ସାଇନସ୍ସ କଲେଜର ଗ୍ରାଉଣ୍ଡରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏପଟେ ୧୫ ତାରିଖରେ ରାଜସ୍ଥାନରେ ଶପଥ ଉତ୍ସବ ହେବ । ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମା ଶପଥ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.