Below header

ସଙ୍କଟ ଟାଳିବାକୁ ଶ୍ରୀଲଙ୍କାରେ ନୂଆ ସରକାର ଗଠନ, ଅର୍ଥନୈତିକ ସଙ୍କଟରୁ ଉଦ୍ଧାର କରିବାକୁ ପ୍ରୟାସ

କେନ୍ୟୁଜ୍(ବ୍ୟୁରୋ): ସଙ୍କଟ ଟାଳିବାକୁ ଶ୍ରୀଲଙ୍କାରେ ନୂଆ ସରକାର ଗଠନ । ଦେଶର ଅର୍ଥନୀତି ମାଟିରେ ମିଶିଥିବା ବେଳେ ଖାଦ୍ୟ, ଔଷଧ, ତେଲ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିର ମୁକାବିଲା କରିବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ନିଜ ଭାଇ ବସିଲ ରାଜପାକ୍‌ସେଙ୍କ ସ୍ଥାନରେ ଅଲ୍ଲୀ ସାବ୍‌ରୀଙ୍କୁ ନୂଆ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଜିଏଲ ପେରିସ୍‌ ନୂଆ ବୈଦେଶିକ ମନ୍ତ୍ରୀ, ଦିନେଶ ଗୁଣୱର୍ଦ୍ଧନେ ନୂଆ ଶିକ୍ଷା ମନ୍ତ୍ରୀ ଓ ଜନ୍‌ଷ୍ଟନ ଫର୍ଣ୍ଣାଣ୍ଡୋ ନୂଆ ରାଜପଥ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

ସରକାର ଭାଙ୍ଗିବା ପରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ନୂଆ ସରକାରରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ ରାଜପାକ୍‌ସେ। ଦେଶକୁ ଅର୍ଥନୈତିକ ସଙ୍କଟରୁ ଉଦ୍ଧାର କରିବାକୁ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି। ଏହା ସହ ସୋମବାର ସକାଳୁ ୩୬ ଘଣ୍ଟିଆ କର୍ଫ୍ୟୁକୁ ଉଠାଇ ଦିଆଯାଇଛି। ଦେଶରେ କିନ୍ତୁ ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି। ସେପଟେ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେଶବାସୀଙ୍କ ବିକ୍ଷୋଭ ଜାରି ରହିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.