ରେଳ ଓ ଆଇଟି ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ, ବଦଳିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ

ଶପଥ ଗ୍ରହଣ ପରେ ଆଜି ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୋଦି। ଅମିତ ଶାହାଙ୍କୁ ମିନିଷ୍ଟ୍ରି ଅଫ କୋଅପରେସନ ଦାୟିତ୍ୱ ମିଳିଛି। ରେଳ ଓ ଆଇଟି ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ। ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ଏଥରକ ତାଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ମିଳିଛି। ତାଙ୍କ ସ୍ଥାନରେ ହରଦୀପ ସିଂହ ପୁରୀ ହେଲେ ପେଟ୍ରୋଲିୟମ ମନ୍ତ୍ରୀ। ମୋଦି ନିଜ ହାତରେ ରଖିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ। ସେହିପରି ମନସୁଖ ମାଣ୍ଡବୀୟଙ୍କୁ ସ୍ୱାସ୍ଥ୍ୟ ବିଭାଗ ମିଳିଛି। ବୟନଶିଳ୍ପ ବିଭାଗ ମିଳିଛି ପିୟୁଷ ଗୋୟଲଙ୍କୁ। ସ୍ମୃତି ଇରାନୀଙ୍କୁ ମିଳିଲା ମହିଳା ଓ ଶିଶୁ ବିକାଶ ବିଭାଗ। ଜ୍ୟୋତିରାଜ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.