Below header

ଆନ୍ଦୋଳନକାରୀଙ୍କ ପାଇଁ ୟୁପି ସରକାରଙ୍କ କଡ଼ା ନିୟମ, କାହାର ସମ୍ପତ୍ତି ନଷ୍ଟ କଲେ ଅଭିଯୁକ୍ତଙ୍କ ଠାରୁ ଭରଣା କରାଯିବ

ଲକ୍ଷ୍ନୈା : ଉତ୍ତରପ୍ରଦେଶରେ ରାଜନୈତିକ ର‍୍ୟାଲି ଓ ଆନ୍ଦୋଳନ କରିବା ସମୟରେ ଯଦି ସରକାରୀ କିମ୍ବା ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୁଏ ତେବେ ଆନ୍ଦୋଳନକାରୀଙ୍କୁ ଏହାର କ୍ଷତି ଭରଣା କରିବାକୁ ପଡ଼ିବ । ରାଜ୍ୟ ସରକାର ଏଥିପାଇଁ କ୍ଲେମ୍‌ ଟ୍ରିବ୍ୟୁନାଲ ଗଠନ କରିବାକୁ ଯାଉଛନ୍ତି ।

ଟ୍ରିବ୍ୟୁନାଲ୍‌ କ୍ଷୟକ୍ଷତିର ଆକଳନ କରି ଆନ୍ଦୋଳନକାରୀଙ୍କ ଠାରୁ ଆଦାୟ କରିବ । ଦରକାର ପଡ଼ିଲେ ଟ୍ରିବ୍ୟୁନାଲ୍‌ ଅଭିଯୁକ୍ତର ସମ୍ପତ୍ତି ମଧ୍ୟ ନିଲାମ କରିପାରିବ । ଜଣେ ଜଜ୍‌ଙ୍କୁ ନେଇ ଜିଲ୍ଲାସ୍ତରରେ ଏହି ଟି୍ରବ୍ୟୁନାଲ ଗଠନ କରାଯିବ । ତାଙ୍କୁ ସହାୟତା କରିବା ପାଇଁ ଜଣେ ସଦସ୍ୟ ରହିବେ ।

ଟ୍ରିବ୍ୟୁନାଲର ଫଇସଲାକୁ ଅନ୍ୟ କୌଣସି କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ । ଖାଲି ସେତିକି ନୁହେଁ ଅଭିଯୁକ୍ତର ସମ୍ପତ୍ତିକୁ କେହି ଯେପରି ନକିଣିବେ ତାର ପ୍ରଚାର କରାଯିବ ।

ସେଥିପାଇଁ ସର୍ବସାଧାରଣରେ ଅଭିଯୁକ୍ତର ଫଟୋ ସହ ତାର ସମ୍ପତ୍ତି ବିବରଣୀ ପ୍ରସାର କରାଯିବ । ଟି୍ରବ୍ୟୁନାଲକୁ ଦିଓ୍ଵାନୀ ଅଦାଲତର ସମସ୍ତ ଅଧିକାର ଦିଆଯିବ ବୋଲି ଉତ୍ତରପ୍ରଦେଶ ସରକାର ପ୍ରକାଶ କରିଛନ୍ତି । ରାଜ୍ୟପାଳ ଏହାକୁ ଆଜି ମଞ୍ଜୁରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.