କରୋନା ଯୋଗୁ ଖାଇବାକୁ ପାଉନାହାନ୍ତି ମାଙ୍କଡ଼, ଗୋଟିଏ କଦଳୀ ପାଇଁ ହେଉଛନ୍ତି ମରାମରି; ଦେଖନ୍ତୁ ଭିଡିଓ

ମଣିଷଠାରୁ ଆରମ୍ଭ କରି ପଶୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବଞ୍ଚିବା ପାଇଁ ଖାଦ୍ୟ ଦରକାର। ପେଟରେ ଭୋକ ଥିବା ବେଳେ ସେ ମଣିଷ ହୁଅନ୍ତୁ କି ଜୀବଜନ୍ତୁ କିଛି ଦେଖନ୍ତି ନାହିଁ, ଯାହା ମିଳେ ତାହାକୁ ଆହାର ଭାବେ ସେବନ କରିଥାନ୍ତି। ଏବେ ଖାଦ୍ୟର ଶେଷ ଟୁକୁଡ଼ା ପାଇଁ ବିକଳ ହେଉଥିବା ମାଙ୍କଡ଼ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କରୋନା ଯୋଗୁ ଖାଇବାକୁ ପାଉନଥିବା ମାଙ୍କଡ଼ମାନେ ଏକ କଦଳୀ ପାଇଁ ପରସ୍ପର ସହ ଝଗଡ଼ା କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଡେଲି ମେଲ ତରଫରୁ ଟ୍ଵିଟ୍‌ କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଭିଡିଓରେ ଶତାଧିକ ମାଙ୍କଡ଼ ଥିବା ବେଳେ ସେମାନେ ଏକ କଦଳୀ ପାଇଁ ଦୌଡ଼ାଦୌଡ଼ି ହେଉଥିବା ଦେଖାଯାଇଛି। ଭିଡିଓଟି ଥାଇଲାଣ୍ଡର। ଏଠାରେ ସବୁ ସ୍ଥାନରେ ମାଙ୍କଡ଼ ଥିବାରୁ ପର୍ଯ୍ୟଟକମାନେ ସେମାନଙ୍କୁ ଖୁସିରେ କଦଳୀ ତଥା ଅନ୍ୟାନ୍ୟ ଫଳମୂଳ ଦେଇଥାନ୍ତି। କିନ୍ତୁ କରୋନା ଯୋଗୁ ସେଠାକୁ ପର୍ଯ୍ୟଟକଙ୍କ ଚଳପ୍ରଚଳ ବନ୍ଦ ହୋଇଯାଇଥିବାରୁ ଏହାର ପ୍ରଭାବ ମାଙ୍କଡ଼ଙ୍କ ଉପରେ ପଡ଼ିଛି। ମାଙ୍କଡ଼ମାନେ ଖାଇବାକୁ ନ ପାଇ ଭୋକ ବିକଳରେ ଖାଦ୍ୟ ପାଇଁ ଏଣେତେଣେ ବୁଲୁଥିବା ଦେଖାଯାଇଛି।

monkey2

ସୂଚନାଯୋଗ୍ୟ ଯେ କରୋନା ଭାଇରସ୍‌ ଯୋଗୁ ଏବେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ଏହି ଭାଇରସ୍‌ ଯୋଗୁ ପ୍ରାୟ ୫୦୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଚୀନ୍‌ରୁ ବ୍ୟାପିଥିବା କରୋନା ଏବେ ଭାରତରେ ମଧ୍ୟ ବଂଶବିସ୍ତାର କରିସାରିଲାଣି। ଭାରତରେ ୧୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.