ଭାରତରେ ହୁ ହୁ ହୋଇ ମାଡି ଚାଲିଛି କରୋନା, ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୮୩ ଆଜି ହୋଇଗଲା ୧୦୭

କେନ୍ୟୁଜ୍(ବ୍ୟୁରୋ): ଭାରତରେ ଦିନକୁ ଦିନ କାୟା ମେଲୁଛି କରୋନା । ଏପର୍ଯନ୍ତ ୧୦୭ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ଆଉ ୫ ଜଣଙ୍କ ନିକଟରେ କରୋନା ପଜିଟିଭ୍‌ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ମୋଟ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଯୋଗୁ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କାଶ୍ମୀରରେ ୨ ଜଣ, ପଂଜାବରେ ଜଣେ, ହରିଆଣାରେ ୧୪ ଜଣ, ରାଜସ୍ଥାନରେ ୪ ଜଣ, ମହାରାଷ୍ଟ୍ରରେ ୩୧ ଜଣ, କର୍ଣ୍ଣାଟକରେ ୬ଜଣ, କେରଳରେ ୧୯ ଜଣ ଲଦାଖରେ ୩ ଗଣ , ଦିଲ୍ଲୀରେ ୭ ଜଣ, ଉତ୍ତର ପ୍ରଦେଶରେ ୧୨ ଜଣ, ତେଲେଙ୍ଗାନାରେ ଜଣେ, ଆନ୍ଧ୍ର ପ୍ରଦେଶରେ ଜଣେ ଓ ତାମିଲନାଡ଼ୁରେ ଜଣେ ସଂକ୍ରମିତ ହୋଇଛନ୍ତି। ସେହିପରି କେରଳର ୩ ଜଣ ଆରୋଗ୍ୟ ହୋଇଥିବା ବେଳେ ଉତ୍ତର ପ୍ରଦେଶର ୫ ଜଣ ଆରୋଗ୍ୟ ହୋଛନ୍ତି । ରାଜସ୍ଥାନର ଜଣେ ଓ ଦିଲ୍ଲୀର ଜଣେ ଆରୋଗ୍ୟ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୧୨ ଲକ୍ଷ ୨୯ ହଜାର ୩୬୩ ଜଣ ଯାତ୍ରୀଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.