ମୋ ବାହାଘର ଠାରୁ ମୋ ଦେଶବାସୀଙ୍କ ସୁସ୍ଥତା ସବୁଠାରୁ ବଡ଼ : ଓମିକ୍ରନ ପାଇଁ ନିଜ ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଓମିକ୍ରନ ପାଇଁ ନିଜ ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଅନ୍ୟ ଏକ ବାହାଘର ପରେ ଓମିକ୍ରନ ସଂକ୍ରମଣ ହୋଇଥିବାରୁ ଜାସିଣ୍ଡା ଅରଡେନ୍‌ଙ୍କ ନିଷ୍ପତ୍ତି । ବିବାହ ବାତିଲ ପରେ ଜାସିଣ୍ଡା କହିଲେ ଏହା ହିଁ ଜୀବନ । ଟିଭି ଉପସ୍ଥାପକ କ୍ଲାର୍କ ଗେଫର୍ଡଙ୍କ ସହ ବାହା ହେବେ ଜାସିଣ୍ଡା ଅରଡେନ୍‌ । ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ  ବଢ଼ିବାରେ ଲାଗିଛି । ଏହାକୁ ଦେଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଅରଡେନ କୋଭିଡ କଟକଣା କଡାକଡି କରିଛନ୍ତି ।

ବଢ଼ୁଥିବା ସଂକ୍ରମଣକୁ ଦେଖି କଟକଣା ଲଗାଇବା ଜରୁରୀ ବୋଲି ସେ କହିଛନ୍ତି । ସ୍ଥିତି ସ୍ୱାଭାବକି ହେଲେ ବିବାହ କରିବେ ବୋଲି ସେ କହିଛନ୍ତି । ଏବେ ବିବାହ ବେଳେ ୧୦୦ ଜଣଙ୍କୁ ଯୋଗ ଦେବାର ଅନୁମତି ରହିଛି । ଆଉ ଏହି ୧୦୦ ଜଣ ଟିକାର ସମସ୍ତ ଡୋଜ୍‌ ନେଇଥିବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.