ଲାଇଭ ଟିଭିରେ ଛାଡପତ୍ର ଘୋଷଣା କଲେ ମହିଳା ଆଙ୍କର, ପ୍ୟାନେଲରେ ବସିଥିବା ଅତିଥି ଆଶ୍ଚର୍ଯ୍ୟ

ପ୍ରେମ ସପ୍ତାହ ଚାଲିଥିବା ବେଳେ ଫକସ ନ୍ୟୁଜର ମହିଳା ଆଙ୍କର ଜୁଲି ବଣ୍ଡାରେସ ନେଲେ ଏଭଳି ନିଷ୍ପତ୍ତି । କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଛାଡପତ୍ର ଘୋଷଣା କଲେ । ପୂର୍ବରୁ ଟ୍ଵିଟର ଆକାଉଣ୍ଟରେ ଦେଇଥିଲେ ଆଭାସ ।

ଭାଲେଣ୍ଟାଇନ ସପ୍ତାହ ଚାଲିଛି । ଯେଉଁଠି ପ୍ରେମୀ ଯୋଡି ପ୍ରେମ ସପ୍ତାହ ପାଳନ କରୁଥିବା ବେଳେ ଜଣେ ମହିଳା ଆଙ୍କର ଛାଡପତ୍ର ଦେଇଥିବା ଖବର ଦେଖିବାକୁ ମିଳିଛି । ଲାଇଭ ଟିଭିରେ ଏକ ପ୍ୟାନେଲ ଡିବେଟ୍‌ ସମୟରେ ମହିଳା ଆଙ୍କର ଜଣକ ଛାଡପତ୍ର ଘୋଷଣା କରିଛନ୍ତି । ଆଙ୍କର କଥା ଶୁଣି ଡିବେଟ୍‌ରେ ବସିଥିବା ଅତିଥିଙ୍କ ସହ ହଜାର ହଜାର ସଂଖ୍ୟକ ଦର୍ଶକ ମଧ୍ୟ ଚକିତ ହୋଇପଡିଛନ୍ତି ।

ଖବର ମୁତାବକ, ମହିଳା ଆଙ୍କର ଜୁଲି ବଣ୍ଡାରେସ ଆମେରିକାର ଚ୍ୟାନେଲ ଫକସ ନ୍ୟୁଜରେ କାମ କରନ୍ତି । ସେ ଆଣ୍ଡ୍ର୍ୟୁ ସନସୋନଙ୍କୁ ବିବାହ କରିଥିଲେ। ତାଙ୍କର ୩ ଜଣ ପିଲା ମଧ୍ୟ ରହିଛନ୍ତି । ସେ ଏକ ସିଧାପ୍ରସାରଣ କାର୍ଯ୍ୟକ୍ରମ ସମୟରେ ଛାଡପତ୍ର ଘୋଷଣା କରିଥିଲେ । ଯାହା ଶୁଣିବା ପରେ ସମସ୍ତେ ଚକିତ ହୋଇଥିଲେ । ଏହା ଘୋଷଣା କରିବା ପୂର୍ବରୁ ଆଙ୍କର ଜଣକ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ଆଜି ରାତି ୧୧ଟା ଶୋ’ ଶେଷରେ ମୁଁ ଏକ ଛୋଟ ଆନାଉନ୍ସମେଣ୍ଟ କରିବି । ଜୁଲିଙ୍କ ବ୍ରେକିଂ ନ୍ୟୁଜ କ’ଣ ରହିବ, ଫ୍ୟାନ୍ସ ତାହାକୁ ନେଇ ଅନେକ ଆକଳନ କରିଥିଲେ ।

ଏହି ଟ୍ଵିଟ୍‌ ପରେ ଦର୍ଶକ କିଛି ଶୁଣିବେ ବୋଲି ଅନ୍ଦାଜ ଲଗାଉଥିଲେ । କିନ୍ତୁ ଛାଡପତ୍ର କଥା କେବେ ଶୁଣିନଥିବେ । ଦର୍ଶକ ଟିଭି ଶୋ ଆରମ୍ଭରେ ଚାହିଁ ରହିଥିଲେ । ସିଧାପ୍ରସାରଣ କାର୍ଯ୍ୟକ୍ରମରେ ଆଙ୍କର ଜଣକ ଭାଲେଣ୍ଟାଇନ ଡେ ରେ ଛାଡପତ୍ର ନେଉଛନ୍ତି ।
ଜୁଲି ନିଜ ଜୀବନରେ ଆଗକୁ ବଢିବାକୁ ଚାହୁଁଚନ୍ତି । ଆପଣ ସମସ୍ତଙ୍କୁ ଧନ୍ୟବାଦ । ସ୍ୱାମୀଙ୍କ ସହିତ ମତଭେଦ ଯୋଗୁଁ କିଛିଦିନ ହେଲାଣି ଅଲଗା ରହୁଥିଲେ ଜୁଲି । ଆଉ ଲାଇଭ ଶୋରେ ଛାଡପତ୍ର ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.