ରିକ୍ରିଏଟ୍‌ ହେଲା କ୍ରାଇମସିନ୍‌, ଅଧା ରାତିରେ ସଚିନ୍‌ ବାଜେଙ୍କୁ ଧଳା କୁର୍ତ୍ତା ପିନ୍ଧାଇ ଚଲାଇଲା NIA

ନୂଆଦିଲ୍ଲୀ : ସିନ୍‌ ରିକ୍ରିଏଟ୍‌ କଲା ଏନଆଇଏ। ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣାରେ କ୍ରାଇମ୍‌ସିନ୍‌ ରିକ୍ରିଏଟ୍‌ କରିଛି ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ । ଗିରଫ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍‌ସିନ୍‌ ରିକ୍ରିଏଟ୍‌ କରାଯାଇଛି । ଗାଡିରେ ବିସ୍ଫୋରକ ରଖାଯାଇଥିବା ସ୍ଥାନକୁ ମଧ୍ୟ ଯାଇଥିଲା ଏନ୍‌ଆଇଏ ।

ସଚିନ୍‌ ବାଜେଙ୍କୁ ଧଳା ରଙ୍ଗର ସାର୍ଟ ପିନ୍ଧାଇ ଚଲାଇ ଚଲାଇ ନେଇଥିଲା ଏନ୍‌ଆଇଏ । କାରଣ ପିପିଇ କିଟ୍‌ ଭଳି ଡ୍ରେସ୍‌ ପିନ୍ଧିଥିବା ବ୍ୟକ୍ତି ସହ ମେଳ କରାଯାଇପାରିବ । କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌ ସମୟରେ ସଚିନ୍‌ ବାଜେଙ୍କ ମୁଣ୍ଡରେ ରୁମାଲ ମଧ୍ୟ ବନ୍ଧା ଯାଇଥିଲା । ସିସିଟିଭିରେ ଦେଖାଦେଇଥିବା ବ୍ୟକ୍ତି ଯେପରି ଚାଲିଥିଲେ, ସଚିନ୍‌ ବାଜେଙ୍କୁ ସେହିପରି ଚଲାଯାଇଥିଲା । ଯାଞ୍ଚ ସମୟରେ ଆଣ୍ଟିଲିଆ ଆଖପାଖ ଅଞ୍ଚଳରେ ମୁମ୍ବାଇ ପୋଲିସ ପକ୍ଷରୁ ବ୍ୟାରିକେଡ୍‌ କରାଯାଇଥିଲା ।

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହେଉଛନ୍ତି ସଚିନ ବାଜେ । ତାଙ୍କ ବିରୋଧରେ ଜାଲିଆତି, ବିସ୍ଫୋରକ ସାମଗ୍ରୀ ସହ ଅବହେଳା, ଅପରାଧୀକ ଧମକ ଭଳି ସଙ୍ଗୀନ ମାମଲା ଲଗାଇଛି ଏନଆଇଏ । ଫେବ୍ରୁଆରୀ ୨୫ ତାରିଖରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଗାଡ଼ି ଜବତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.