Below header

ବିମାନ ଚଢିବା ବେଳେ ଖସି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭିଡିଓ ଭାଇରଲ

ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ ବିମାନରେ ଚଢୁଥିବା ବେଳେ ଖସିପଡିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭାଇରଲ ହେଉଥିବା ଏହି ଭିଡିଓରେ ବାଇଡେନ ବିମାନ ସିଢିରେ ଚଢୁଥିବା ସମୟରେ ତାଙ୍କ ପାଦ ଥରେ ନୁହେଁ ତିନି ତିନି ଥର ଖସି ଯାଇଥିଲା। କିନ୍ତୁ ସେ ନିଜକୁ ସମ୍ଭାଳି ନେଇଥିଲେ। ଖବର ମୁତାବକ, ଏଥିରେ ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିନାହିଁ।

ସୂଚନା ଅନୁସାରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦିନ ଆଟଲାଣ୍ଟ ଗସ୍ତରେ ରହିଥିଲେ। ସେଠାରେ ଏସିଆ-ଆମେରିକା ସମୁଦାୟର ନେତାମାନଙ୍କ ସହିତ ସାକ୍ଷାତକାର ରହିଥିଲା। ଆଟଲାଣ୍ଟ ଯିବା ପାଇଁ ଏୟାରଫୋର୍ସ ୱାନର ସିଢିରେ ଚଢୁଥିବା ସମୟରେ ତାଙ୍କ ସନ୍ତୁଳନ ବିଗିଡିଗଲା, ତେଣୁ ତାଙ୍କ ପାଦ ଥରେ ନୁହେଁ ତିନି ଥର ଖସି ଯାଇଥିଲେ। ପଡିବା ପରେ ସେ ନିଜକୁ ସମ୍ଭାଳି ନେଇଥିଲେ। ବିମାନରେ ଚଢିବା ସମୟରେ ପବନ ଜୋରରେ ହେଉଥିଲା। ତେଣୁ ବାଇଡେନ ଏପରି ସମସ୍ଯାରେ ପଡିଥିଲେ। କିନ୍ତୁ ଏବେ ବର୍ତ୍ତମାନ ସେ ସଂପୂର୍ଣ୍ଣ ଠିକ୍ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.