ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ ଅକ୍ଷୟ ଫାଶୀରୁ ବର୍ତ୍ତିବା ପାଇଁ ଆପଣାଇଲା ନୂଆ ପନ୍ଥା, ବଞ୍ଚିଯିବେନି ତ ରାକ୍ଷସ!

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ଫାଶୀରୁ ବର୍ତ୍ତିବାକୁ ପ୍ରତିଦିନ ନୂଆ ନୂଆ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। ଫାଶୀର ଚାରି ଦିନ ପୂର୍ବରୁ ଆଉ ଜଣେ ଅଭିଯୁକ୍ତ ସୁପ୍ରିମକୋର୍ଟରେ ସୁଧାରାତ୍ମକ(କରେକ୍ଟିଭ୍‌) ପିଟିସନ୍‌ ଦାଖଲ କରିଛନ୍ତି। ତିହାର ଜେଲ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଅକ୍ଷୟ କୁମାର ସିଂହ ମଙ୍ଗଳବାର ଦିନ ପିଟିସନ୍‌ ଦାଖଲ କରିଛି। ଏହି ମାମଲାରେ ପୂର୍ବରୁ ମୁକେଶ ଓ ବିନୟଙ୍କ ସୁଧାରାତ୍ମକ ପିଟିସନ୍‌ ଖାରଜ ହୋଇଥିଲା। ମୁକେଶର ଦୟା ପିଟିସନ୍‌କୁ ରାଷ୍ଟ୍ରପତି ମଧ୍ୟ ନାକଚ କରି ଦେଇଛନ୍ତି।

Image result for akshaya singh nirbhaya

ରିପୋର୍ଟ ମୁତାବକ, ଫେବ୍ରୁଆରୀ ୧ ତାରିଖ ଶନିବାର ଦିନ ନିର୍ଭୟାର ଚାରିଜଣ ଦୋଷୀଙ୍କୁ ସକାଳ ଛଅଟା ବେଳେ ଫାଶୀ ଦିଆଯିବ। ଏଣୁ ତିହାର ଜେଲରେ ଏବେ ଠାରୁ ଫାଶୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜେଲ କର୍ତ୍ତୃପକ୍ଷ ଚାରିଜଣଙ୍କ ଶେଷ ଇଚ୍ଛା ବି ପଚାରି ସାରିଥିବା ଜଣାଯାଇଛି। ସମସ୍ତ ଦୋଷୀଙ୍କୁ ନୋଟିସ୍‌ ଦେଇ ଶେଷ ଇଚ୍ଛା ପଚରାଯାଇଛି। ସେମାନେ ଫାଶୀ ପୂର୍ବରୁ କାହା ସହ ଦେଖାହେବାକୁ ଚାହୁଁଛନ୍ତି ବୋଲି ପଚରାଯାଇଥିଲା। କିମ୍ବା କିଛି ଗ୍ରନ୍ଥ ପଢ଼ିବାକୁ ଚାହୁଁଛନ୍ତି କି? ମାତ୍ର ଅଭିଯୁକ୍ତ ମାନେ ଏହାର ଉତ୍ତରରେ କ’ଣ କହିଥିଲେ ସେ ନେଇ ଜଣାପଡ଼ିନାହିଁ।

Image result for akshaya singh nirbhaya

ଫାଶୀର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୩୦ ତାରିଖ ଦିନ ଘାତକ ପବନ ତିହାର ଜେଲରେ ପହଞ୍ଚିବେ। ଘାତକ ରହିବା ପାଇଁ ଜେଲରେ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇସାରିଛି। ତିହାର ଜେଲ ପ୍ରଶାସନ ଉତ୍ତର ପ୍ରଦେଶ ଜେଲ ବିଭାଗକୁ ଚିଠି ଲେଖି ଫାଶୀ ବିଷୟରେ ସୂଚନା ଦେଇସାରିଥିବା ଜଣାଯାଇଛି। ତେବେ ଗୋଟିଏ ପଟେ ଫାଶୀକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିଯୁକ୍ତଙ୍କ କ୍ଷମା ପିଟିସନ୍‌ ଫାଶୀ ରୋକି ଦେବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.