ନିରାଡମ୍ବର ଭାବେ ବିବାହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ, ଆସିନଥିଲେ କୌଣସି ହେଭିୱେଟ ରାଜନେତା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଭାଙ୍ଗାମାୟୀଙ୍କ ବିବାହ ଅତି ନିରାଡମ୍ବର ଭାବେ କରିଛନ୍ତି । ବିବାହରେ କୌଣସି ହେଭିୱେଟ ନେତା ଆସିନଥିଲେ । କେବଳ ପରିବାର ଲୋକ ଏବଂ ସାଙ୍ଗସାଥି ଯୋଗ ଦେଇଥିଲେ ।

ନା ଟେଣ୍ଟ, ନା ବରଯାତ୍ରୀ ନା କୌଣସି ହୋ ହାଲ୍ଲା । ତା’ ସତ୍ତ୍ବେ ହେଲା ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କ ଝିଅ ବାହାଘର ।  ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଭାଙ୍ଗାମାୟୀଙ୍କ ବିବାହ ଅତି ନିରାଡମ୍ବର ଭାବେ ହୋଇଛି । ବେଙ୍ଗାଲୁରୁ ସ୍ଥିତ ଘରେ ବିବାହ ସମାରୋହ ସଂପନ୍ନ ହୋଇଛି । ଏହି ବିବାହ ଉତ୍ସବରେ କୌଣସି ହେଭିୱେଟ ରାଜନେତାଙ୍କୁ ଦେଖିବାକୁ ମିଳି ନ ଥିଲା। କେବଳ ପରିବାର ଲୋକ ଏବଂ ସାଙ୍ଗ ସାମିଲ ରହିଥିଲେ ।

ନିର୍ମଳା ସୀତାରମଣଙ୍କ ଝିଅ ପ୍ରତୀକଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ବ୍ରହ୍ମାଣ ପରମ୍ପରା ଅନୁସାରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଓ ଉଭୟ ସାତ ଜନ୍ମର ସାଥୀ ପାଲଟିଥିଲେ। ବିବାହ ପରେ ନବଦମ୍ପତି ଅଦମାରୁ ମଠର ସାଧୁସନ୍ଥଙ୍କ ଆର୍ଶୀବାଦ ନେଇ ନିଜ ନୂଆ ଜୀବନ ଆରମ୍ଭ କରିଛନ୍ତି।

ବାହାଘରରେ ପରକଲା ଭାଙ୍ଗାମାୟୀ ଏକ ଗୋଲାପି ରଙ୍ଗର ଶାଢ଼ିରେ ନଜର ଆସିଥିବା ବେଳେ ତାଙ୍କ ସ୍ୱାମୀ ପ୍ରତୀକ ଧୋତି ପିନ୍ଧିଥିବା ସହ କାନ୍ଧରେ ଏକ ଧଳା ଚାଦର ପକାଇଥିଲେ। ନିଜ ଝିଅର ବିବାହ ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମୋଲକାଲମୁରୁ ବ୍ଲୁ ରଙ୍ଗର ଶାଢ଼ି ପିନ୍ଧିଥିଲେ।


ସୋସିଆଲ ମିଡିଆରେ ବିବାହର ଫଟୋ ୟୁଜର୍ସ ସେୟାର କରିଛନ୍ତି । ଅନେକ ୟୁଜର୍ସ ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏମିତି ବିବାହକୁ ନେଇ ପ୍ରଶଂସା କରୁଛନ୍ତି ।

ନିର୍ମଳା ସୀତାରମଣଙ୍କ ଝିଅ ପରକଲା ସାମ୍ବାଦିକତାରେ ସ୍ନାତକ ପାସ୍ କରିଥିବା ବେଳେ ଏବେ ‘Mint Lounge’ ର ଫିଚର ଡିପାର୍ଟମେଣ୍ଟରେ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.