ଅବହେଳିତ ପିଲାଙ୍କୁ ଫିଲ୍ମ ‘ଆଦିପୁରୁଷ’ର ୧୦ହଜାର ଟିକେଟ କିଣି ବାଣ୍ଟିବେ ରଣବୀର କପୁର !
ଫିଲ୍ମର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ୁଛି। ଯାହା ସୂଚନା ଅଛି ଆଦିପୁରୁଷ ଚଳଚ୍ଚିତ୍ରଟି ୪୫୦କୋଟି ଟଙ୍କାର ବଜେଟରେ ନିର୍ମିତ ଏବଂ ଏହା ଚଳିତ ଜୁନ୍ ୧୬ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିବା ବେଳେ ଅଭିନେତା ରଣବୀର କପୁର ଫିଲ୍ମର ୧୦ହଜାର ଟିକେଟ୍ କିଣିଥିବା ସାମ୍ନାକୁ ଆସିଛି!

ମୁମ୍ବାଇ: ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । କୁହାଯାଉଛି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଛି । ତେବେ ଏବେ ଚର୍ଚ୍ଚାରେ ରହୁଛି ନିର୍ଦ୍ଦେଶକ ଓମ ରାଉତଙ୍କ ପୌରାଣିକ ଚଳଚ୍ଚିତ୍ର ଆଦିପୁରୁଷ । ସୁପରଷ୍ଟାର ପ୍ରଭାସଙ୍କ ବ୍ୟତିତ କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।
ଫିଲ୍ମର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ୁଛି। ଯାହା ସୂଚନା ଅଛି ଆଦିପୁରୁଷ ଚଳଚ୍ଚିତ୍ରଟି ୪୫୦କୋଟି ଟଙ୍କାର ବଜେଟରେ ନିର୍ମିତ ଏବଂ ଏହା ଚଳିତ ଜୁନ୍ ୧୬ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିବା ବେଳେ ଅଭିନେତା ରଣବୀର କପୁର ଫିଲ୍ମର ୧୦ହଜାର ଟିକେଟ୍ କିଣିଥିବା ସାମ୍ନାକୁ ଆସିଛି! ତେବେ ଏହି ଖବର ଉପରେ ରଣବୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନଥିବାବେଳେ, ଏଥିରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇପାରିନାହିଁ।
View this post on Instagram
ଏହାପୂର୍ବରୁ, ‘ ଦି କଶ୍ମୀର ଫାଇଲ୍ସ’ର ନିର୍ମାତା ଅଭିଷେକ ଅଗ୍ରୱାଲ ବି ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ତେଲେଙ୍ଗାନାର ବଞ୍ଚିତ ଶିଶୁ ଏବଂ ବୃଦ୍ଧାବୃଦ୍ଧଙ୍କୁ ଫିଲ୍ମ ଆଦିପୁରୁଷର ୧୦,୦୦୦ ଟିକେଟ୍ ଦାନ କରିବେ। ସେ ପ୍ରଭୁ ରାମଙ୍କ ନାମରେ ଏହା କରିବେ ବୋଲି କହିଥିଲେ। ବର୍ତ୍ତମାନ ରଣବୀର କପୁର ମଧ୍ୟ ‘ଆଦିପୁରୁଷ’କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ରଣବୀର କପୁର, ପ୍ରଭାସ, କ୍ରିତି, ସୈଫ ଅଲୀ ଖାନଙ୍କ ଅଭିନୀତ ‘ଆଦିପୁରୁଷ’ର ୧୦,୦୦୦ ଟିକେଟ୍ କିଣି ଅବହେଳିତ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରିବେ।