ନିଠାରୀ ହତ୍ୟାକାଣ୍ଡ ମାମଲା, ୧୨ ତମ କେସ୍‌ରେ ମଧ୍ୟ ସୁରେନ୍ଦ୍ର କୋଲିକୁ ମୃତ୍ୟୁ ଦଣ୍ଡ

ଗାଜିଆବାଦ : ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟ ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ କରି ଚାକର ସୁରେନ୍ଦ୍ର କୋଲିକୁ ମୃତ୍ୟୁ ଦଣ୍ଡ ଦେବା ସହ ୧ ଲକ୍ଷ ୧୦ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି । ଏହି ହତ୍ୟାକାଣ୍ଡରେ ଜଡ଼ିତ ୧୨ ତମ ମାମଲାରେ ମଧ୍ୟ ଚାକର ସୁରେନ୍ଦ୍ର କୋଲିକୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି ।

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ୩୧୯ ଦିନର ଶୁଣାଣୀରେ ମଧ୍ୟ ବିଚାରପତି ସୁରେନ୍ଦ୍ରକୁ ମୃତ୍ୟୁ ଦଣ୍ଡ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିପୂର୍ବରୁ ୧୧ ଟି ମାମଲାରେ ମଧ୍ୟ କୋର୍ଟ ସୁରେନ୍ଦ୍ର କୋଲିକୁ  ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ସୁରେନ୍ଦ୍ରକୁ ଜେଲ୍‌ ନେବା ବାଟରେ ମୃତୁ ଦଣ୍ଡ ମୋ ଭାଗ୍ୟରେ ଅଛି ବୋଲି ସୁରକ୍ଷାକର୍ମୀଙ୍କ ଆଗରେ ଭାବୁକ ହୋଇ ସୁରେନ୍ଦ୍ର କହୁଥିବାର ଦେଖାଯାଇଥିଲା ।

nithari case
photo credit : The Economic Times

ବିଶେଷ ନ୍ୟାୟାଧୀଶ ଅମିତ ବୀର ସିଂହଙ୍କ ଅଦାଲତରେ ସକାଳ ୧୧ଟାରେ ସୁରେନ୍ଦ୍ରକୁ ହାଜର କରାଯାଇଥିଲା । ନ୍ୟାୟାଧୀଶ ୧୨ ତମ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ସୁରେନ୍ଦ୍ରକୁ ଦୁଷ୍ମର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । ନିଠାରୀ କାଣ୍ଡରେ ମୋଟ ୧୭ ମାମଲା ଦାୟର ହୋଇଥିଲା । ସେଥିରୁ ୧୧ ଟି ମାମଲାରେ ସୁରେନ୍ଦ୍ରକୁ ଫାଶୀ ଦଣ୍ଡ ମିଳିଥିବା ବେଳେ ଆଜି ୧୨ ତମ ମାମଲାରେ ମଧ୍ୟ ଫାଶୀ ଦଣ୍ଡ ମିଳିଛି ।

ମନିନ୍ଦର ସିଂହ ପଣ୍ଡେରଙ୍କୁ ସାକ୍ଷ୍ୟ ଅଭାବରୁ ମୁକ୍ତି

ନିଠାରୀ ମାମଲାରେ ୧୨ ତମ କେସ୍‌ରେ ଗାଜିଆବାଦ ସ୍ୱତନ୍ତ୍ର କୋର୍ଟ ଚାକର ସୁରେନ୍ଦ୍ର କୋଲିକୁ ଫାଶୀ ଦଣ୍ଡ ଦେଇଥିବା ବେଳେ କୋଠି ମାଲିକ ମନିନ୍ଦର ସିଂହ ପଣ୍ଡେରଙ୍କୁ ସାକ୍ଷ୍ୟ ଅଭାବରୁ ମୁକ୍ତ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଏହି ମାମଲାରେ କୋଠି ମାଲିକ ମନିନ୍ଦର ଓ ଚାକର ସୁରେନ୍ଦ୍ରକୁ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ କରାଯାଇଥିଲା । ଦୀର୍ଘ ଦିନ ଧରି ଏହି ମାମଲା ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.