Below header

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌, CJI କହିଲେ, ‘ଫିଲ୍ମ ଭଲ କି ଖରାପ ଲୋକଙ୍କୁ ବିଚାର କରିବାକୁ ଦିଅ’

ପଶ୍ଚିମବଙ୍ଗର ମମତା ସରକାର ‘ଦ କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରଙ୍କ କହିବା ହେଲା, ଏହି ଫିଲ୍ମ ଦ୍ୱାରା ଲୋକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇପାରେ ଏବଂ ରାଜ୍ୟର ପରିବେଶ ଖରାପ ହୋଇପାରେ।

‘ଦ କେରଳ ଷ୍ଟୋରୀ’ ଫିଲ୍ମ ଉପରେ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିବନ୍ଧକ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ତାଗିଦ କରି କହିଛନ୍ତି ଯେ ‘ଯେତେବେଳେ ସାରା ଦେଶରେ ଏହି ଫିଲ୍ମ ପ୍ରଦର୍ଶିତ ହେଉଛି, ପଶ୍ଚିମବଙ୍ଗରେ କାହିଁକି ନୁହେଁ। ଫିଲ୍ମ ଭଲ ହୋଇଛି କି ଖରାପ, ତାହା ଲୋକଙ୍କୁ ବିଚାର କରିବାକୁ ଦିଅ’।

ସୁପ୍ରିମକୋର୍ଟ ଏଥି ସହିତ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଫିଲ୍ମ ନିର୍ମାତାମାନେ ପିଟିସନ ଦାଖଲ କରିଥିଲେ। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି।

ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଦ କେରଳ ଷ୍ଟୋରୀ ପ୍ରଦର୍ଶିତ କରୁଥିବା ପ୍ରେକ୍ଷାଳୟକୁ ସୁରକ୍ଷା ଯୋଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇବାକୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ କହିଛନ୍ତି। କହି ରଖୁଛୁ, ତାମିଲନାଡୁରେ ବି ଏହି ଫିଲ୍ମକୁ ବ୍ୟାନ୍‌ କରାଯାଇଛି।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ ଫିଲ୍ମ ସାରା ଦେଶରେ ପ୍ରଦର୍ଶିତ ହେଉଛି, କିନ୍ତୁ ପଶ୍ଚିମବଙ୍ଗ ସରକାର କାହିଁକି ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି? ଏହା ସହ CJI ସରକାରଙ୍କୁ ପଚାରିଛନ୍ତି ଯେ ଆପଣ ଏହି ଫିଲ୍ମକୁ କାହିଁକି ଚଳାଇବାକୁ ଚାହୁଁନାହାନ୍ତି? ଫିଲ୍ମ ଦେଶର ବିଭିନ୍ନ ସ୍ଥାନରେ ସମାନ ଜନସଂଖ୍ୟା ପ୍ରୋଫାଇଲ୍ ସହିତ ଚାଲିଛି।

କହି ରଖୁଛୁ, ପଶ୍ଚିମବଙ୍ଗର ମମତା ସରକାର ‘ଦ କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରଙ୍କ କହିବା ହେଲା, ଏହି ଫିଲ୍ମ ଦ୍ୱାରା ଲୋକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇପାରେ ଏବଂ ରାଜ୍ୟର ପରିବେଶ ଖରାପ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.