Below header

ସନ୍ନି ଦେଓଲ ହୋଇପାରନ୍ତି ଲୋକସଭାରୁ ବିଦା, ନିର୍ବାଚନ କମିଶନ ଜାରି କଲେ ନୋଟିସ

ପଞ୍ଜାବ ଗୁରୁଦାସପୁରରୁ ବିଜୟ ହାସଲ କରିଥିବା ବିଜେପି ପ୍ରାର୍ଥୀ ସନ୍ନି ଦେଓଲଙ୍କ ଲୋକସଭା ସାଂସଦ ଉପରେ ଏବେ ଉଠିଛି ପ୍ରଶ୍ନ। ନିର୍ବାଚନ କମିଶନ ଲୋକସଭା ପ୍ରାର୍ଥୀଙ୍କ ଉପରେ ସମୁଦାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସୀମା ରଖିଥିଲେ। ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ପ୍ରାର୍ଥୀଙ୍କ ବିରୋଧରେ କଡା କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଏପରିକି ଅଧିକ ଟଙ୍କା ଖର୍ଚ୍ଚ କରି ଯଦି କୌଣସି ପ୍ରାର୍ଥୀ ବିଜୟ ହାସଲ କରୁଛନ୍ତି ତେବେ ତାଙ୍କର ସଦସ୍ୟତା ରଦ୍ଦ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ତେବେ ବର୍ତ୍ତମାନ ସନ୍ନି ଦିଓଲ ନିର୍ବାଚନୀ ପ୍ରଚାରରେ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି। ଯାହା ପରେ ତାଙ୍କ ବିରୋଧରେ ନିର୍ବାଚନ କମିଶନ୍‌ରୁ ନୋଟିସ୍‌ ଜାରି କରାଯାଇଛି ବୋଲି ଶୁଣିବାକୁ ମିଳୁଛି।

sunny deol

ସେହିପରି ଗୁରୁଦାସପୁରରୁ ସନ୍ନିଙ୍କ ବିପକ୍ଷରେ ନିର୍ବାଚନ ହାରିଥିବା କଂଗ୍ରେସ ପ୍ରାର୍ଥୀ ସୁନିଲ ଜାଖଡ ନିର୍ବାଚନରେ ସମୁଦାୟ ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି।

ଖର୍ଚ୍ଚ ଲୁଚାଇଲେ ମିଳିବ ଦଣ୍ଡ

ନିର୍ବାଚନ ଆୟୋଗଙ୍କ ମୁତାବକ, ଆରପି ଆକ୍ଟ ୧୯୫୧ ଅନୁଯାୟୀ ଧାରା ୭୭ରେ ଯଦି କୌଣସି ପ୍ରାର୍ଥୀ ନିର୍ବାଚନରେ ନିର୍ଦ୍ଧାରିତ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାର ସୂଚନା ମିଳୁଛି ଏବଂ ପ୍ରାର୍ଥୀ ତାହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ତେବେ ତାଙ୍କୁ ଅଯୋଗ୍ୟ  ଘୋଷଣା କରାଯିବ। ସେହିପରି ନିୟମ ଉଲଂଘନ ପାଇଁ ସନ୍ନି ଦେଓଲଙ୍କ ଉପରେ କାର୍ଯ୍ୟ।ନୁଷ୍ଠାନ କରାଯାଉ ବୋଲି କଂଗ୍ରେସ ପ୍ରାର୍ଥୀ ସୁନିଲ ଜାଖଡ ଦାବି କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.