ଥାଇଲାଣ୍ଡରେ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିକାଣ୍ଡ ଘଟଣା: ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି, ନିଜକୁ ଗୁଳିକରି ହତ୍ୟା କରିଛି ଅଭିଯୁକ୍ତ

ଥାଇଲାଣ୍ଡ: ଥାଇଲାଣ୍ଡରେ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି । ଥାଇଲାଣ୍ଡରେ ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିକାଣ୍ଡ ଘଟଣା । ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଥିବା ସୂଚନା । ମୃତକଙ୍କ ମଧ୍ୟରେ ବୃଦ୍ଧ ଓ ମହିଳା ମଧ୍ୟ ଅଛନ୍ତି । ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳ ସ୍ଥିତ ନା କ୍ଲାଙ୍ଗ ଜିଲ୍ଲାରେ ହୋଇଥିଲା ଗୁଳିକାଣ୍ଡ । ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ। ସମ୍ପୃକ୍ତ ବ୍ୟକ୍ତି ନିଜକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି।

ସୂଚନା ଥାଉକି, ଥାଇଲାଣ୍ଡରେ ଆଖିବୁଜା ଗୁଳିମାଡରେ ଗତକାଲି ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଗୁଳିମାଡ ଶିଶୁଙ୍କ ସ୍କୁଲରେ ହୋଇଥିଲା । ଉତ୍ତରପୂର୍ବ ଅଞ୍ଚଳ ସ୍ଥିତ ନାକ୍ଲାଙ୍ଗ ଜିଲ୍ଲାରେ ପାଖାପାଖି ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଥିଲେ।ଚାଇଲ୍ଡ କେୟାର ସେଣ୍ଟରରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳିଚାଳନା କରିଥିଲା। ମୃତକଙ୍କ ମଧ୍ୟରେ ଶିଶୁ, ବୃଦ୍ଧ ଓ ମହିଳା ଥିବା ସ୍ପଷ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.