ଓଡ଼ିଆ ମହିଳା କୃଷି ବୈଜ୍ଞାନିକ ଡ. ସ୍ବାତୀ ନାୟକ ପାଇବେ ସମ୍ମାନଜନକ ନର୍ମାନ ବୋରଲାଗ ଫିଲଡ ଆୱାର୍ଡ

ସମ୍ମାନଜନକ ନର୍ମାନ ବୋରଲାଗ ଫିଲଡ ଆୱାର୍ଡ ୨୦୨୩ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ଡ. ସ୍ବାତୀ ନାୟକ। ଆସନ୍ତା ମାସରେ ଆମେରିକାର ଲୋୱ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଲେ କୃଷି ବୈଜ୍ଞାନିକ ଡ. ସ୍ବାତୀ ନାୟକ । ସମ୍ମାନଜନକ ନର୍ମାନ ବୋରଲାଗ ଫିଲଡ ଆୱାର୍ଡ ୨୦୨୩ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ଡ. ସ୍ବାତୀ ନାୟକ । ଆସନ୍ତା ମାସରେ ଆମେରିକାର ଲୋୱ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ନ୍ୟୁୟର୍କ ଠାରେ ଅନୁଷ୍ଠିତ ଦି ୱାର୍ଲଡ ଫୁଡ ପ୍ରାଇଜ ଫାଉଣ୍ଡେସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସମ୍ମାନଜନକ ପୁରସ୍କାର ପାଇଁ ଡ. ସ୍ବାତୀ ନାୟକଙ୍କ ନାଁ ଘୋଷଣା କରାଯାଇଛି । ତେବେ ଡ. ସ୍ୱାତୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ଖାଦ୍ୟ ଓ ପୋଷଣ ସୁରକ୍ଷା, କ୍ଷୁଧା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୪୦ ବର୍ଷରୁ କମ୍ ବୟସର କୃଷି ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଡ. ସ୍ବାତୀ ନାୟକ ବର୍ତ୍ତମାନ ଫିଲିପାଇନ୍ସର ମାନିଲାରେ ଥିବା ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସାଉଥ ଏସିଆରେ ବୈଜ୍ଞାନିକ ଭାବେ କାମ କରୁଛନ୍ତି ।

Leave A Reply

Your email address will not be published.