କାନାଡାରେ ଭାରତରୁ ଫେରାର୍‌ ଆଉ ଜଣେ ଗ୍ୟାଙ୍ଗ୍‌ଷ୍ଟାର ସୁଖଦୁଲ୍‌ ସିଂଙ୍କୁ ଗୁଳି କରି ହତ୍ୟା

କାନାଡାର ପିନିପେଗ୍‌ ସିଟିରେ ଭାରତରୁ ଫେରାର୍‌ ଥିବା ଆଉ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ହତ୍ୟା କରାଯାଇଛି। ପଞ୍ଜାବରୁ ଫେରାର୍‌ ହୋଇ କାନାଡା ପଳାଇଥିବା ‘ଏ’ କାଟେଗୋରୀର ଗ୍ୟାଙ୍ଗ୍‌ଷ୍ଟାର ସୁଖଦୁଲ୍‌ ସିଂ ଓରଫ୍‌ ସୁକ୍‌ଖା ଦୁନୁକେଙ୍କୁ ଗୁଳି କରି ହତ୍ୟା କରାଯାଇଛି।

କାନାଡାର ପିନିପେଗ୍‌ ସିଟିରେ ଭାରତରୁ ଫେରାର୍‌ ଥିବା ଆଉ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ହତ୍ୟା କରାଯାଇଛି। ପଞ୍ଜାବରୁ ଫେରାର୍‌ ହୋଇ କାନାଡା ପଳାଇଥିବା ‘ଏ’ କାଟେଗୋରୀର ଗ୍ୟାଙ୍ଗ୍‌ଷ୍ଟାର ସୁଖଦୁଲ୍‌ ସିଂ ଓରଫ୍‌ ସୁକ୍‌ଖା ଦୁନୁକେଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ସୁଖଦୁଲ୍‌ ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ସିଂ ଓରଫ୍‌ ଅର୍ଶ ଡାଲାଙ୍କ ଡାହାଣ ହାତ ଥିଲେ। ଏନ୍‌ଆଇଏର ଓ୍ଵାଣ୍ଟେଡ୍‌ ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୁଖଦୁଲ୍‌ କାନାଡାରେ ଥାଇ ଭାରତରେ ନିଜର ଗ୍ୟାଙ୍ଗ୍‌ ଜରିଆରେ ଲୁଟ୍‌, ଚୋରି ଆଦି ଆପରାଧିକ କାର୍ଯ୍ୟ ଚଳାଇଥିଲେ।

ସୁଖଦୁଲ୍‌ କାନାଡା ଖସି ପଳାଇବା ପାଇଁ ୨୦୧୭ରେ ଜାଲ୍‌ କାଗଜପତ୍ର ଆଧାରରେ ପାସ୍‌ପୋର୍ଟ ଏବଂ ପୋଲିସ କ୍ଲିୟରାନ୍ସ ପ୍ରମାଣ ପତ୍ର ପ୍ରାପ୍ତ କରିଥିଲେ। କିନ୍ତୁ ତାଙ୍କ ବିରୋଧରେ ୭ଟି ଆପରାଧିକ ମାମଲା ପଞ୍ଜୀକୃତ ଥିଲା। ପୋଲିସ କର୍ମୀଙ୍କୁ ହାତ କରି ସେ କାନାଡାର ଭିସା ହାସଲ କରିଥିଲେ। ଏପରି କି, ପଞ୍ଜାବ ପୋଲିସର ୨ କର୍ମୀଙ୍କ ନାଁରେ ତାଙ୍କୁ ସାହାଯ୍ୟ କରିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା। ପରେ ଉଭୟଙ୍କୁ ମୋଗା ପୋଲିସ ଗିରଫ କରିଥିଲା।

କହି ରଖୁଛୁ, ଚଳିତ ବର୍ଷ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କୁ କାନାଡାରେ ଗୁଳି କରି ହତ୍ୟା କରାଯାଇଥିଲା। ଏଠାରେ ଏକ ଗୁରୁଦ୍ୱାରାର ପାର୍କିଂସ୍ଥଳୀ ନିକଟରେ ଦୁଇ ମୁଖାପିନ୍ଧା ବନ୍ଧୁକଧାରୀ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.