Below header

ବର୍ବରତାର ନମୂନା : ଭେରମଗଡରେ ରେଞ୍ଜରଙ୍କ ଗଳାକାଟିଲେ ମାଓବାଦୀ, ଘଟଣାର ତଦନ୍ତ ଆରମ୍ଭ

ମାଲକାନଗିରି (କେନ୍ୟୁଜ୍‌) : ଛତିଶଗଡ଼ ସୀମାନ୍ତରେ ଆଜି ବର୍ବରତାର ସମସ୍ତ ସୀମା ପାର୍‌ କରିଛନ୍ତି ମାଓବାଦୀ । ଜଣେ ରେଞ୍ଜରଙ୍କ ଗଳା କାଟି ରାସ୍ତାରେ ଫିଙ୍ଗି ଦେଇଛନ୍ତି । ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇ କର୍ମଚାରୀ ମାଓବାଦୀଙ୍କୁ ଦେଖି ଭୟରେ ଦୈାଡ଼ି ପଳାଇଯାଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଭେରମଗଡ ଥାନା ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା ଲୋମ ଟାଙ୍କୁରାଇ ଦେଇଛି । ଅତି ନୃସଂଶ ଭାବେ ମାଓବାଦୀମାନେ ଜଣେ ବନବିଭାଗ ରେଞ୍ଜରଙ୍କ ଗଳାକାଟି ରାସ୍ତାରେ ଫିଙ୍ଗି ଦେଇଛନ୍ତି ।

ବିଜାପୁର ଜିଲ୍ଲା ଭେରମଗଡ ଥାନା ଅନ୍ତର୍ଗତ କଣ୍ଡୋରୋଜ ଗାଁ ଇନ୍ଦ୍ରାବତୀ ଟାଇଗର ସଂରକ୍ଷିତ ବନାଞ୍ଚଳ ଅଧିକାରୀ ରଥରାମ ପଟେଲଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଆଜି ଅପରାହ୍ନରେ ରେଞ୍ଜର ପଟେଲ ଓ ତାଙ୍କର ଦୁଇ ସହକର୍ମୀ ବନ ବିଭାଗର କାର୍ଯ୍ୟ ଦେଖିବାକୁ ଯାଇଥିବା ବେଳେ କିଛି ମାଓବାଦୀ ଅସ୍ତ୍ର ଶସ୍ତ୍ର ଧରି ସେଠାରେ ପହଞ୍ଚି ରେଞ୍ଜରଙ୍କୁ ଘେରି ଯାଇଥିଲେ ।

ସାଥିରେ ଥିବା ଅନ୍ୟ ଦୁଇ କର୍ମଚାରୀ ମାଓବାଦୀମାନଙ୍କୁ ଦେଖି ଭୟରେ ଦୌଡି ପଳାଇଥିଲେ । ଏହି ଘଟଣା ଆଜି ଅପରାହ୍ନ ପ୍ରାୟ ୩ଟାରେ ଘଟିଛି । ପରେ ଗାଁ ଲୋକ ଦେଖି ଭେରମଗଡ ଥାନାକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ମାଓବାଦୀଙ୍କ ହତ୍ୟାର କାରଣ କିଛି ଜଣା ପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.