ବିଶିଷ୍ଟ  ସମାଜସେବୀ ତଥା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନୀବେଶଙ୍କ ପରଲୋକ

କେନ୍ୟୁଜ୍(ବ୍ୟୁରୋ):  ବିଶିଷ୍ଟ  ସମାଜସେବୀ ତଥା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନୀବେଶଙ୍କ ପରଲୋକ।   । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଗତ କିଛି ଦିନହେଲା ଗୁରୁତର ଅସୁସ୍ଥତା ଯୋଗୁଁ   ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଲିଭର ସୋରିଓସିସ, କିଡନୀ ଆଦି ରୋଗରେ ସେ ଦୀର୍ଘଦିନ ପୀଡ଼ିତ ଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା।    ଓ ସଂଧ୍ୟା ୬ଟା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଶନିବାର ଅପରାହ୍ଣରେ ଗୁରୁଗ୍ରାମରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.