ଲକ୍ଷ୍ନୌ: ହସ୍ପିଟାଲ ବାହାରେ ପ୍ରଚଣ୍ଡ ଶବ୍ଦ କରି ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର, ଶରୀରରୁ ଛିଣ୍ଡି ପଡ଼ିଲା ୨ ଯୁବକଙ୍କ ହାତ ଓ ଗୋଡ଼

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଘରୋଇ ହସ୍ପିଟାଲ ବାହାରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ୨ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଠାକୁରଗଞ୍ଜ ଥାନା ଅଧୀନ ବାଲାଗଞ୍ଜ ଛକରେ।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଘରୋଇ ହସ୍ପିଟାଲ ବାହାରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ୨ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଠାକୁରଗଞ୍ଜ ଥାନା ଅଧୀନ ବାଲାଗଞ୍ଜ ଛକରେ। ହସ୍ପିଟାଲକୁ ଡେଲିଭରି ଦେବାକୁ ଯାଇଥିବା ଦୁଇ ଯୁବକଙ୍କ ଗୋଡ଼ ଓ ହାତ ଶରୀରରୁ ଅଲଗା ହୋଇ ଦୂରକୁ ଛିଟିକି ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଖବର ପାଇ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଟ୍ରମା ସେଣ୍ଟର ପଠାଇଛି। ଦୁଇଜଣଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ସୂଚନା ମୁତାବକ, ବାଲାଗଞ୍ଜ ଛକରେ ଏକ ଘରୋଇ ହସ୍ପିଟାଲ ରହିଛି। ଫରିଦିପୁରସ୍ଥିତ ଏଲାଇଟ୍‌ ଅକ୍ସିଜେନ୍‌ ପ୍ଲାଣ୍ଟର ଦୁଇ କର୍ମଚାରୀ ବୁଧବାର ଦ୍ୱିପ୍ରହରରେ ଅକ୍ସିଜେନ୍‌ ସିଲିଣ୍ଡର ଡେଲିଭରି ଦେବାକୁ ହସ୍ପିଟାଲ ଆସିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କର୍ମଚାରୀ ଅକ୍ସିଜେନ୍‌ ସିଲିଣ୍ଡର ବାହାର କରୁଥିଲେ। ଯେତେବେଳେ ସେମାନେ ସିଲିଣ୍ଡରକୁ ଭୂମି ଉପରେ ରଖିଥିଲେ, ସେତେବେଳେ ଏହା ପ୍ରଚଣ୍ଡ ଶବ୍ଦ କରି ଫାଟି ଯାଇଥିଲା। ଦୁର୍ଘଟଣାରେ ୨ ଯୁବକ ଗୁରୁତର ଆହତ ହୋଇଛନ୍ତି। ସିଲିଣ୍ଡର ଫାଟି ଏହାର ଅଂଶଗୁଡ଼ିକ ରାସ୍ତାରେ ଯାଉଥିବା ଏକ କାର୍‌ ଉପରେ ପଡ଼ିଥିଲା। ତେବେ କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ କାର୍‌ରେ ଥିବା ଲୋକେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଲୋକଙ୍କ କହିବା ହେଲା, ସିଲିଣ୍ଡର ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ଦାର ଥିଲା ଯେ ୫ ମିନିଟ୍‌ ପର୍ଯ୍ୟନ୍ତ କିଛି ବି ଶୁଣାଯାଇ ନ ଥିଲା। ଚାରିଆଡ଼େ କେବଳ ଧୂଆଁ ହିଁ ଦେଖାଯାଉଥିଲା। ଏହି ବିସ୍ଫୋରଣରେ ହସ୍ପିଟାଲର ଝରକାଗୁଡ଼ିକ ଭାଙ୍ଗିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.