ବିବାହ ପାଇଁ ଜେସିବିରେ ବାହାରିଲେ ବର-କନ୍ୟା, ଲୋକେ ଦେଖି ହେଲେ ତାଜୁବ୍‌

ଇସଲାମବାଦ : ପାକିସ୍ତାନରେ ବିବାହ ବେଳର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଇଛି ବର-କନ୍ୟା ଏକ ଜେସିବିରେ ଆସୁଛନ୍ତି । ଲୋକେ ଏହାକୁ ଦେଖି ତାଜୁବ ହେବା ସହ ଏହି ଦୃଶ୍ୟକୁ ବେଶ ଉପଭୋଗ କରୁଛନ୍ତି ।

ବିବାହକୁ କିଛି ନୂଆ କରି ଦେଖାଇବାକୁ ସମସ୍ତେ ଚାହାଁନ୍ତି । କେହି କେହି ବିବାହ ପାଇଁ ଆଲିସାନ ଗାଡ଼ିରେ ଆସୁଥିବାବେଳେ ଆଉ କେହି ପାରମ୍ପରିକ ଢ଼ଙ୍ଗରେ ବିବାହ ପାଇଁ ଆସିଥାନ୍ତି । ହେଲେ ପାକିସ୍ତାନର ଏହି ବର-କନ୍ୟା କିନ୍ତୁ ଆସିଛନ୍ତି ଏକ ଜେସିବିରେ ।

ପାକିସ୍ତାନର ହୁଂଜା ଘାଟିରେ ବିବାହ କରିବାକୁ ଆସିଥିବା ଏହି ବର କନ୍ୟା ଏକ ସୁ ସଜ୍ଜିତ ଜେସିବିରେ ଆସୁଥିବାର ଦେଖାଯାଇଛି । ତାଙ୍କ ସହ ଆସୁଥିବା ବରଯାତ୍ରୀ ମଧ୍ୟ ନାଚ ଗୀତ ତାଳରେ ଆସୁଥିବାର ଲକ୍ଷ୍ୟ କରାଯାଇଛି । ଏପରି ଢ଼ଙ୍ଗରେ ଆସୁଥିବା ବର-କନ୍ୟାଙ୍କୁ ଦେଖିବା ପାଇଁ ଲୋକେ ଭିଡ଼ ଜମାଇବା ସହ ଫଟୋ ଉଠାଉଥିବାର ଦେଖାଯାଇଛି ।

ବର ପହଞ୍ଚିବା ପରେ ଆତସବାଜି ହେଉଛି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ସେୟାର ହେବାରେ ଲାଗିଛି । ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.