ପାକିସ୍ତାନ ବିମାନ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଯାତ୍ରୀ ବଖାଣିଲେ ନିଜ ଲୋମ ଟାଙ୍କୁରା ଅନୁଭୂତି, ନିଜକୁ ବଞ୍ଚାଇବାକୁ ଯାଇ ୧୦ ଫୁଟ ତଳକୁ ଡେଇଁ ପଡ଼ିଥିଲେ

ପାକିସ୍ତାନର କରାଚୀ ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି । ପାକିସ୍ତାନ ଇନ୍ଟରନ୍ୟାସନାଲ ଏୟାରଲାଇନ୍ସ ଏୟାରବେଶ ଜେଟ A 320, ୯୯ ଜଣଙ୍କୁ ନେଇ ଶୁକ୍ରବାର ଅପରାହ୍ନରେ ବିମାନ ବନ୍ଦରରେ ଓଲ୍ହାଇବାକୁ ଚେଷ୍ଟା କରୁଥିବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଥିଲା । ବିମାନରେ ମୋଟ ୯୧ ଜଣ ଯାତ୍ରୀ ଥିବା ବେଳେ ୮ ଜଣ ଚାଳକ ଉପସ୍ଥିତ ଥିଲେ । ଏହି ଦୁର୍ଘଟଣା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଅଜରା ପିଚୁହୋ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିକି ଘଟଣାସ୍ଥଳରୁ ଏଯାବତ ୮୨ ଟି ଶବ ଜବତ ହୋଇପାରିଛି । ମୃତକଙ୍କ ଭିତରେ କେବଳ ବିମାନ ଯାତ୍ରୀ ଅଛନ୍ତିକି ସେମଧ୍ୟରେ ସ୍ଥାନୀୟ ବାସିନ୍ଦା ଅଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ ।

plane

ଆଉ ସବୁଠୁ ଦୁଃଖକର ହେଉଛି ଏହି ଦୁର୍ଘଟଣାଟି ମୁସଲମାନ ସମ୍ପ୍ରଦାୟଙ୍କ ପର୍ବ ଇଦର ପୂର୍ବ ସନ୍ଧ୍ୟାରେ ଘଟିଛି । ସୂଚନା ମୁତାବକ କରୋନା ନେଇ ପାକିସ୍ତାନ ସରକାର ବିମାନ ସେବା ବନ୍ଦ ରଖିଥିବା ବେଳେ ନିକଟରେ ହିଁ ଏହି ସେବା ଆରମ୍ଭ କରିଛନ୍ତି । କିନ୍ତୁ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁକୁ ଅତି ପାଖରୁ ଦେଖି ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଦୁଇ ଜଣ ଯାତ୍ରୀ । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବ୍ୟାଙ୍କ ଅଫ ପଞ୍ଜାବରେ କାର୍ଯ୍ୟରତ ଅଧିକାରୀ ଜାଫର ମାସୁଦ ଓ ଅନ୍ୟଜଣେ ହେଉଛନ୍ତି ଇଂଜିନିୟର ମହମ୍ମଦ ଜୁବେର । ଖବର ଅନୁଯାୟୀ ଦୁର୍ଘଟଣାରେ ମାସୁଦ ଗଭୀର ଆହତ ହେବା ସତ୍ତ୍ୱେ ସମ୍ପୂର୍ଣ୍ଣ ସଚେତ ଅବସ୍ଥାରେ ଅଛନ୍ତି ।

plane ସିଭିଲ ହସ୍ପିଟାଲର ଚିକିତ୍ସିତ ହେଉଥିବା ବେଳେ ଇଂଜିନିୟର ମହମ୍ମଦ ଘଟଣାର ସେହି ଲୋମଟାଙ୍କୁରା ଅନୁଭୂତି ଗୁଡିକୁ ଗଣମାଧ୍ୟମ ନିକଟରେ ବଖାଣିଛନ୍ତି । ତାଙ୍କ ଅନୁଯାୟୀ, ପ୍ରଥମେ ପାଇଲଟ ବିମାନକୁ ଲ୍ୟଣ୍ଡିଙ୍ଗ କରିବାକୁ ତଳକୁ ଓଲ୍ହାଇବାକୁ ଚେଷ୍ଟା କରିଥିଲେ । ଏହାର ପ୍ରାୟ ୧୦ ମିନିଟ ପରେ ପାଇଲଟ ଦ୍ଵିତୀୟ ଚେଷ୍ଟା କରିବାକୁ ଯାଉଛନ୍ତି ବୋଲି ଘୋଷଣା କରି ରନ ୱେ ପାଖରେ ପହଂଚିବା ମାତ୍ରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଜୁବେରଙ୍କ ଅନୁଯାୟୀ କ୍ଷଣିକରେ ହିଁ ଚାରି ପଟେ ନିଆଁ ଲାଗିଯିବା ସହ  ଧୂଆଁରେ ଛାଇ ଯାଇଥିଲା । ଚାରି ପଟରୁ କେବଳ ବିକଟାଳ ଚିତ୍କାର ହିଁ ଶୁଭୁଥିଲା ।

ସେତେବେଳେ କେହି ବି ଦେଖାଯାଉନଥିଲେ  ଶୁଣା ଯାଉଥିଲା କେବଳ ହୃଦୟ ବିଦାରକ ରଡି । ପରେ ନିଜ ସିଟ ବେଲ୍ଟ ଖୋଲି ନିଜକୁ ବଞ୍ଚାଇବା ପାଇଁ ପାଖାପାଖି ୧୦ ଫୁଟ ତଳକୁ ଡେଇଁ ପଡ଼ିଥିଲେ ଜୁଭେର । ଆଉ ଜଣେ ପ୍ରତ୍ୟକ୍ଷ ଦର୍ଶୀ ସାକିଲ ଅହମ୍ମଦ କହିଛନ୍ତିକି, ବିମାନଟି ଏକ ମୋବାଇଲ ଟାୱାର ସହ ଧକ୍କା ହୋଇ ଏକ ଘରର ଛାତ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.