କାହାକୁ ଇନଷ୍ଟାଣ୍ଟ ଟଙ୍କା ପଠାଇବାର ଅଛି କି ତେବେ ପୋଷ୍ଟ ଅଫିସର ଏହି ଯୋଜନାର ଉଠାନ୍ତୁ ଲାଭ, ଜାଣନ୍ତୁ ସାଧାରଣ ଲୋକଙ୍କ ପାଇଁ କଣ ରହିଛି ଖାସ ସୁବିଧା

କାହାକୁ ଟଙ୍କା ପଠାଇବାକୁ ହେଉ କିମ୍ବା ନିଜ ଖାତାକୁ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବା ହେଉ ଏହି ସମସ୍ତ କାମ ପାଇଁ ବ୍ୟାଙ୍କ ଅନେକ ସୁବିଧା ଦେଇଛି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପ୍ରକାର ସୁବିଧା ଆପଣଙ୍କ ନିକଟସ୍ଥ ଡାକଘରେ ମଧ୍ୟ ମିଳୁଛି। ପୋଷ୍ଟ ଅଫିସରେ ଏହି ସୁବିଧାକୁ ‘ଇନଷ୍ଟାଣ୍ଟ ମନି ଅର୍ଡର’ ନାମ ଦିଆଯାଇଛି। ଏହା ପ୍ରଥମ ଚାଲୁଥିବା ମନି ଅର୍ଡରର ଡିଜିଟାଲ ରୂପ। ଏହା ଜରିଆରେ ଆପଣ ଯେକୌଣସି ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଟ୍ରାନ୍ସଫର କରିପାରିବେ। ଏହାସହିତ ଏହି ସୁବିଧାରେ ଆପଣଙ୍କୁ କୌଣସି ପ୍ରକାର ଠକାମିର ଶିକାର ହେବାକୁ ପଡିବନାହିଁ।

ଅତି କମରେ ଏତିକି ଟଙ୍କା କରିପାରିବେ ଟ୍ରାନ୍ସଫର

ଆପଣ ଏହି ସୁବିଧାରେ ଅତି କମରେ ଏକ ହଜାର ଟଙ୍କା ଏବଂ ଅତି ବେଶୀରେ ୫୦ ହଜାର ଟଙ୍କା ଏହି ସୁବିଧା ଜରିଆରେ ଟ୍ରାନ୍ସଫର କରିପାରିବେ। କିନ୍ତୁ ଏଥିପାଇଁ ଯେଉଁ ବ୍ୟକ୍ତିଙ୍କୁ ଟଙ୍କା ଟ୍ରାନ୍ସଫର କରିବାର ଅଛି ତାଙ୍କୁ ନିଜର ଏକ ପରିଚୟ ପତ୍ର ନେଇ ଯିବାକୁ ହେବ।

ଏଭଳି ଭାବେ ପୂରା ହୋଇଥାଏ ପ୍ରୋସେସ

  • ଇନଷ୍ଟାଣ୍ଟ ମନି ଅର୍ଡରକୁ ବୁକ କରିବା ପାଇଁ ଆପଣଙ୍କୁ ନିଜର ନିକଟସ୍ଥ ଡାକଘରକୁ ଯିବାକୁ ହେବ ଏବଂ ସେଠାରୁ TRP-୧ ନାମକ ଏକ ଫର୍ମ ଭରିବାକୁ ହେବ।
  • ଫର୍ମ ଭରିବା ପରେ ଏହାକୁ କାଉଣ୍ଟରରେ ଜମା କରିବାକୁ ହେବ।
  • କାଉଣ୍ଟରରେ ବସିଥିବା କ୍ଲର୍କ ଆପଣଙ୍କୁ ଏକ ପ୍ରିଣ୍ଟଡ଼ ରସିଦ ଦେବ, ଯେଉଁଥିରେ କମ୍ପ୍ୟୁଟରରେ ଜେନେରେଟ ହୋଇଥିବା ୧୬ ସଂଖ୍ୟା ବିଶିଷ୍ଟ ଆଇଏମଓ ନମ୍ବର ହେବ।
  • ଏହି IMO ନମ୍ବର ସଂପୂର୍ଣ୍ଣ ଭାବରେ ସିଲ ଥିବ ତଥା ଗୋପନୀୟ ଥିବ।
  • ଏହାର କ୍ଲର୍କଙ୍କୁ ମଧ୍ୟ ଏହି IMO ନମ୍ବର ଜଣାନଥିବ।
  • ଏହାପରେ ଯେଉଁ ବ୍ୟକ୍ତିଙ୍କୁ ଟଙ୍କା ପଠାଇବାର ଅଛି ତାଙ୍କୁ ଆପଣ ଫୋନ, sms କିମ୍ବା ଇମେଲ ଜରିଆରେ ଆଇଏମଓକୁ ଜଣାଇପାରିବେ।
  • ଏହାପରେ ସେହି ବ୍ୟକ୍ତି ଏହି ନମ୍ବର ନେଇ ନିଜର ନିକଟସ୍ଥ ଡାକଘରକୁ ଯାଇ TMP-୧ ଫର୍ମ ଭରି ଦେବାକୁ ହେବ।
  • ଏହାସହିତ ପରିଚୟ ପତ୍ର ମଧ୍ୟ ଦେବକୁ ହେବ।
  • ଏହାପରେ ଡାକ ଘର ପକ୍ଷରୁ ଫର୍ମ ଜମା କରିବା ପରେ ତାଙ୍କୁ ରାଶି ନଗଦ ଦେଇଦିଆଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.