Below header

ବିଚକ୍ଷଣ ଆତଙ୍କୀ ବୁଦ୍ଧିରେ ଭାରତକୁ ଦାଉ ସାଧୁଛି ପାକିସ୍ତାନ, ସବୁ କ୍ଷେତ୍ରରେ ହାରିବା ପରେ ଭାରତକୁ ଛାଡୁଛି ମାରାତ୍ମକ ପୋକ

ଭାରତ ସହ ପାରିଲାନି ପାକିସ୍ତାନ । ଭାରତକୁ ଛାଡିଲା ପୋକ । କୁଟନୀତି ଓ ରଣନୀତିରେ ଫେଲ ମାରିବା ପରେ ଆଉ ଏକ ଉପାୟ ବାଛିଛି ପାକିସ୍ତାନ । ପାକିସ୍ତାନ ପଟୁ ମାଡି ଆସୁଛନ୍ତି ହାଜର ହଜାର ସଂଖ୍ୟାରେ ପୋକ । ପାକିସ୍ତାନର ନୂଆ ଆତଙ୍କରେ ନାକେଦମ ହେଲେଣି ଭାରତୀୟ କୃଷକ । ହାତରେ ଥାଳି ବାଡେଇ, କ୍ଷେତରେ ଡିଜେ ଲଗାଇ ଆତଙ୍କକୁ ଘଉଡାଉଛନ୍ତି କୃଷକ । ଏହି ପୋକ ଦେଖିବାକୁ ଠିକ୍‌ ଝିଣ୍ଟିକା ଭଳି । କୃଷକଙ୍କ ପରିଶ୍ରମ ଓ ଫସଲ ଉଭୟକୁ ନଷ୍ଟ କରିବାରେ ଲାଗିଛନ୍ତି । ଯାହା ଫଳରେ କୋଟିଏ ଟଙ୍କାର ଫସଲ ନଷ୍ଟ ହୋଇସାରିଲାଣି । ଏହି କାରଣରୁ ସବୁଠୁ ଅଧିକ କ୍ଷତି ବାଜରା, ମୁଗ, ବିରି ଆଦି ଫସଲକୁ ସହିବାକୁ ପଡୁଛି । ଯାହାର ମୁକାବିଲା କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ଚାଷୀ । ରାଜସ୍ଥାନର ୩୦୦ ଗାଁରେ ଝିଣ୍ଟିକା ଆତଙ୍କ ଖେଳିଯାଇଛି । ଝିଣ୍ଟିକାଠାରୁ ଜମିକୁ ବଞ୍ଚାଇବା ପାଇଁ କେତେକ ଚାଷୀ ଲାଠି ଧରି ପିଟୁଛନ୍ତି । କିଏ ଲୁଗା ଦ୍ୱାରା ପୋକ ଘଉଡାଉଛନ୍ତି । ଏମିତିକି ସେମାନଙ୍କ ଜମିରେ ଲାଗିଛି ଡିଜେ ସାଉଣ୍ଡ । ଏହି ଶବ୍ଦରେ ସେମାନେ ପଳାଉଛନ୍ତି । ଅନ୍ୟପଟେ କୃଷି ଅଧିକାରୀ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.