ଯାଜପୁର: ହାଇଟେକ୍ ହାଟରେ ପରିଣତ ହେବ ଧର୍ମଶାଳାର ସାପ୍ତାହିକ ହାଟ, ଚାଷୀମାନଙ୍କ ସୁବିଧା ପାଇଁ ନିଆଯାଉଛି ପଦକ୍ଷେପ

 ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ଧର୍ମଶାଳା ହାଟ ହେଉଛି ସର୍ବପୁରାତନ । ଏହି ସାପ୍ତାହିକ ହାଟକୁ ଏକ ହାଇଟେକ ହାଟରେ ପରିଣତ କରିବାକୁ ନିଆଯାଉଛି ପଦକ୍ଷେପ । ଏନେଇ ଆଜି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ହାଟ ଅଂଚଳ ପରିଦର୍ଶନ କରିଛନ୍ତି । ଅଂଚଳର ବହୁ ଚାଷୀ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି ।

dharmasalaଏଣୁ ଚାଷୀମାନେ ଜାତୀୟ ରାଜପଥ ଅତିକ୍ରମ କରି ବାରବାଟୀ ବଜାରକୁ ପରିବା ବିକ୍ରୟ କରିବାକୁ ନେଇଥାନ୍ତି । ଏହି ସମସ୍ୟାକୁ ଦୂର କରିବା ସହ ଚାଷୀମାନଙ୍କ ଉତ୍ପାଦିତ ଫସଲର ବିକ୍ରୟ ସୁଯୋଗ ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ଖୁବ୍ ଶୀଘ୍ର ଏହାର ଡିପିଆର ପ୍ରସ୍ତୁତ କରାଯିବ । ଆରକେଭିୱାଇ ଜରିଆରେ ପାଖପାଖି ଦେଢ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ହାଇଟେକ ହାଟ ନିର୍ମାଣ କରାଯିବ । ଏଥିସହ ଏଠାରେ ଚାଷୀ ଓ ଖାଉଟି ମାନଙ୍କ ପାଇଁ ସବୁପ୍ରକାର ଆନୁସଙ୍ଗିକ ସୁବିଧା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.