ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦିଙ୍କ ବଡ଼ ପଦକ୍ଷେପ, ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନକୁ ଦେଲେ ନାହିଁ ନିମନ୍ତ୍ରଣ

୩୦ ମେ’ ରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଏହି ସମାରୋହରେ ବିମ୍ସଟେକର ଆଠଟି ଦେଶ ଦେଶ ଅର୍ଥାତ ନେପାଳ, ଭୂଟାନ, ମିଆଁମାର,ଶ୍ରୀଲଙ୍କା ଓ ଥାଇଲାଣ୍ଡର ରାଷ୍ଟ୍ରାଧ୍ୟକ୍ଷ ସାମିଲ୍ ହେବେ । କିନ୍ତୁ ସାମିଲ୍ ହେବ ନାହିଁ ପାକିସ୍ତାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ନିମନ୍ତ୍ରଣ କରାଯାଇନାହିଁ ମୋଦିଙ୍କ ଶପଥ ସମାରୋହରେ । ଏପରିକି ପାକିସ୍ତାନକୁ ଶପଥ ସମାରୋହଠୁ ଦୂରରେ ରଖିବା ପାଇଁ ସାର୍କ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ । କିନ୍ତୁ ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସହ ସାର୍କ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ସରକାର ନିଜ ଦ୍ବିତୀୟ କାର୍ଯ୍ୟକାଳ ସମୟରେ ପାକିସ୍ତାନଠୁ ଦୂରତା ରଖିବାକୁ ଚାହୁଁଛନ୍ତି ।

ସୂଚନା ଅନୁସାରେ, ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଯେତେବେଳେ ବିପୁଳ ବିଜୟ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ସେତେବେଳେ ଭାରତ ତରଫରୁ ତାଙ୍କୁ କୌଣସି ନିମନ୍ତ୍ରଣ ଦିଆଯାଇନଥିଲା । ନା ସେ ଆସିବା ପାଇଁ ଇଛା ଜାହିର୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.