Below header

ଝିଅର ବିବାହରେ ଗୀତ ଗାଉଥିଲେ ପିତା, ଆଖି ପିଛୁଳାକେ ଚାଲିଗଲା ଜୀବନ

ପ୍ରତ୍ୟେକ ପିତାଙ୍କର ସ୍ବପ୍ନ ରହିଥାଏ ନିଜ ଝିଅର ବିବାହ ଖୁବ ଧୁମଧାମରେ କରିବେ। ଏମିତି ସ୍ବପ୍ନ ନେଇ ବଞ୍ଚିଥିବା ଜଣେ ପିତାକୁ କଣ ଜଣାଥିଲା କି ନିଜ ଝିଅର ବିବାହର ପୂର୍ବ ଦିନ ତାଙ୍କର ଶେଷ ଦିନ ହୋଇଯିବ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଲମ୍ ଜିଲ୍ଲାରେ। ନିଜ ଝିଅର ସଂଙ୍ଗୀତରେ ଷ୍ଟେଜ ଉପରେ ଗୀତ ଗାଉଥିବା ବେଳେ ହଠାତ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ମୁତାବକ, ମେ ୨୬ ତାରିଖ ଦିନ ବିଷ୍ଣୁପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କର ସାନ ଝିଅର ବିବାହ ଥିଲା। ବିବାହ ପୂର୍ବରୁ ସଂଙ୍ଗୀତ ସମାରୋହ ସମୟରେ ଷ୍ଟେଜ ଉପରେ ଏକ ମଲାୟଲମ ଗୀତ ଗାଉଥିଲେ ବିଷ୍ଣୁପ୍ରସାଦ। ଏହି ସମୟରେ ହଠାତ ସେ ଟଳି ପଡିଥିବା ବେଳେ ତୁରନ୍ତ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ତେବେ ତାଙ୍କ ଦେହାନ୍ତ ହାର୍ଟଆଟାକ ପାଇଁ ହୋଇଥିବା ଜଣାପଡିଛି।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପିତାଙ୍କ ଦେହାନ୍ତ ପରେ ମଧ୍ୟ ଝିଅକୁ ତା ବିଷୟରେ କୌଣସି ସୂଚନା ପ୍ରଦାନ କରାଯାଇନଥିଲା। ଯାହା ଫଳରେ ତାଙ୍କର ବିବାହ ନିର୍ଦ୍ଦାରିତ ତାରିଖରେ ହିଁ ହୋଇଥିଲା। ବିବାହ ଶେଷ ହେଲା ପରେ ହିଁ ତାଙ୍କୁ ଜଣାଯାଇଥିଲା କି ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.