ଶହେ ବିବାହ କରିବାକୁ ଚାହାଁନ୍ତି ଏହି ୬୦ ବର୍ଷ ବୃଦ୍ଧ, ୨୨ ସନ୍ତାନର ଥିବାବେଳେ ଛାଡ଼ପତ୍ର ଦେଲେଣି ୨୨ ମହିଳାଙ୍କୁ
ପାକିସ୍ତାନର ଏହି ବୃଦ୍ଧ ଜଣକ ୨୨ ଟି ସନ୍ତାନଙ୍କ ପିତା । ହେଲେ ନିଶା ତାଙ୍କର କେବଳ ବିବାହ କରିବା । ଏଯାଏ ବାହା ହେଲେଣି ୨୨ ଜଣ ମହିଳାଙ୍କୁ । ଗୋଟିଏ ପରେ ଗୋଟିଏ ତଲାକ ଦେଇ ପୁଣି ବାହା ହେଉଛନ୍ତି ଏହି ବୃଦ୍ଧ ଜଣକ । ବୟସର ଅପରାହ୍ଣରେ ପହଞ୍ଚିଥିଲେ ବି ନିଶା ଯାଇନି ବାହା ହେବାର । ସେ ୧୦୦ ଜଣଙ୍କୁ ବିବାହ କରି ‘ସେଞ୍ଚୁରୀ’ ମାରିବାର ସ୍ୱପ୍ନ ସାର୍ଥକ କରିବେ ବୋଲି କୁହନ୍ତି ଗର୍ବର ସହ ପାକିସ୍ତାନର ଏହି ବୃଦ୍ଧ ଜଣକ ।
ଇସଲାମବାଦ : ପାକିସ୍ତାନର ଏହି ବୃଦ୍ଧ ଜଣକ ୨୨ ଟି ସନ୍ତାନଙ୍କ ପିତା । ହେଲେ ନିଶା ତାଙ୍କର କେବଳ ବିବାହ କରିବା । ଏଯାଏ ବାହା ହେଲେଣି ୨୨ ଜଣ ମହିଳାଙ୍କୁ । ଗୋଟିଏ ପରେ ଗୋଟିଏ ତଲାକ ଦେଇ ପୁଣି ବାହା ହେଉଛନ୍ତି ଏହି ବୃଦ୍ଧ ଜଣକ । ବୟସର ଅପରାହ୍ଣରେ ପହଞ୍ଚିଥିଲେ ବି ନିଶା ଯାଇନି ବାହା ହେବାର । ସେ ୧୦୦ ଜଣଙ୍କୁ ବିବାହ କରି ‘ସେଞ୍ଚୁରୀ’ ମାରିବାର ସ୍ୱପ୍ନ ସାର୍ଥକ କରିବେ ବୋଲି କୁହନ୍ତି ଗର୍ବର ସହ ପାକିସ୍ତାନର ଏହି ବୃଦ୍ଧ ଜଣକ ।
ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଏଯାଏ ସେ ୨୨ ଜଣ ମହିଳାଙ୍କୁ ବିବାହ କରି ତଲାକ ଦେଇ ସାରିଛନ୍ତି । ତାଙ୍କର ୨୨ ଟି ସନ୍ତାନ ମଧ୍ୟ ଅଛନ୍ତି । ଏହି ଭିଡିଓରେ ତାଙ୍କ ସହ ଆଉ ୪ ଟି ନୂଆ ପତ୍ନୀଙ୍କୁ ମଧ୍ୟ ଦେଖିପାରିବେ,ଯେଉଁମାନେ ନାବାଳିକା ଦେଖାଯାଉଛନ୍ତି । ସେ ଏହି ୪ ଜଣଙ୍କୁ ମଧ୍ୟ ଛାଡିଦେବେ, କାରଣ ତାଙ୍କର ସେଞ୍ଚୁରୀ ମାରିବାର ଅଛି । ତେବେ ବିବାହ ସମ୍ପର୍କରେ ଏହି ନାବାଳିକା କୁହନ୍ତି, ସେ ଏହି ବିବାହ ତାଙ୍କ ମା’ଙ୍କ ଇଚ୍ଛା ଯୋଗୁ କରିଛନ୍ତି ।
ବୃଦ୍ଧ ଜଣକ କହିଛନ୍ତି, ଆଗାମୀ ଦିନରେ ଏହି ଝିଅମାନେ ମଧ୍ୟ ମା’ ହେବେ ଓ ସନ୍ତାନ ଜନ୍ମ କରିବେ । ପୂର୍ବରୁ ସେ ତଲାକ ଦେଇଥିବା ୨୨ ଜଣ ମହିଳାଙ୍କୁ ଗୋଟିଏ ଲେଖାଏଁ ଘର ଓ ଖର୍ଚ୍ଚ ଦେଇଛନ୍ତି । ସମସ୍ତ ପୂର୍ବ ପତ୍ନୀଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଅଛନ୍ତି । ରିପୋର୍ଟର ଯେତେବେଳେ ପଚାରିଲେ ଯେ ଆପଣଙ୍କୁ ଏହା କରିବା ଭଲ ଲାଗୁଛି ତ ବୃଦ୍ଧ ଜଣକ ଯେଉଁ ଉତ୍ତର ଦେଲେ ତାହା ଆପଣଙ୍କୁ ଚିନ୍ତାରେ ପକାେଇ ଦେବ ।
60 yrs Mullah does Nikah with a teenage girl, impregnates and then leaves her with 3Talaq. He signs this contract with girls. Has has left 22 girls after impregnating them. His target is to hit a century. According to him, no Islamic law is violated.pic.twitter.com/22ddQBWEkm
— Pakistan Untold (@pakistan_untold) February 16, 2023
୧୦୦ ବିବାହ କରିବା ସ୍ୱପ୍ନ :
ବୃଦ୍ଧ ଜଣକ କହିଛନ୍ତି ଯେ ୧୦୦ ବିବାହ କରିବା ତାଙ୍କର ସ୍ୱପ୍ନ । ତାଙ୍କ ମତରେ ଇସଲାମିକ ନିୟମ ଆଧାରରେ ଏହା ଭୂଲ ନୁହେଁ । ରିପୋର୍ଟର ଜଣକ ଯେବେ ପଚାରିଲେ ପୂର୍ବ ୨୨ ଜଣ ପତ୍ନୀଙ୍କ ଭଳି ଏମାନଙ୍କୁ କ’ଣ ଛାଡିଦେବ । ତେବେ ବୃଦ୍ଧ ଜଣକ କହିଥଲେ ଯେ ଏଥିପାଇଁ ମୁଁ ତାଙ୍କ ମା’ଙ୍କ ଠାରୁ ଅନୁମତି ମଧ୍ୟ ନେଇ ଆସିଛି ।
ମୁଁ ଯାହାକୁ ବି ବିବାହ କରିଥାଏ,ତାଙ୍କର ନ୍ୟାୟ (ହକ୍) ଦେଇଥାଏ । ମୁଁ ଏମାନଙ୍କୁ ରାଜି କରିଥାଏ ଯେ ମୁଁ ତାଙ୍କ ସହ ଏତିକି ଦିନ ରହିବି ଓ ପରେ ଛାଡିଦେବି । ଏଥିରେ କୌଣସି ଅସୁବିଧା ନାହିଁ । ସେ ଆହୁରି କହିଥିଲେ ଯେ ପାକିସ୍ତାନରେ ସବୁଠୁ ବଡ ପରିବାର ମୁଖ୍ୟଙ୍କର ଗତ ବର୍ଷ ମୃତ୍ୟୁ ହୋଇଯାଇଛି । ଯାହାଙ୍କର ୬ ପତ୍ନୀ ଓ ୫୪ ସନ୍ତାନ ରହିଛନ୍ତି । ଅବଦୁଲଙ୍କ ପରିବାର ପାକିସ୍ତାନରେ ସବୁଠୁ ବଡ଼ ପରିବାର ମଧ୍ୟରୁ ଏକ ଅଟେ ।