ର‍୍ୟାମ୍ପ ଓ୍ଵାକ ସମୟରେ ପାକିସ୍ତାନୀ ମଡେଲ କଲେ ଏଭଳି କାମ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ପାକିସ୍ତାନରେ ର‍୍ୟାମ୍ପ ଓ୍ଵାକ୍‌ କରୁଥିବା ସମୟରେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ମଡେଲ। ଆପଣ ଭାବୁଥିବେ ଯେ, ମଡେଲ ଜଣକ ଏପରି କ’ଣ କଲେ ଯେ ତାଙ୍କୁ ଯେ ଏତେ ଚର୍ଚ୍ଚା ଚାଲିଛି। ଇଭେଣ୍ଟ ସମୟରେ ମହିଳା ସାଥିଙ୍କୁ ଏଭଳି ଅନ୍ଦାଜରେ ସାହାଯ୍ୟ କରିଛନ୍ତି, ଯାହାକୁ ନେଇ ସମସ୍ତେ ତାଙ୍କ ପ୍ରଶଂସା କରିବାରେ ଲାଗିପଡିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣା ମୁତାବକ, ଏକ ଫ୍ୟାଶନ ଇଭେଣ୍ଟରେ ଅନେକ ପୁରୁଷ ଏବଂ ମହିଳା ର‍୍ୟାମ୍ପ ଓ୍ଵାକ କରୁଥିଲେ। ଏହି ସମୟରେ ଜଣେ ମଡେଲ କେଶା ସିଦ୍ଧିକି ଏଣ୍ଟ୍ରି କରିବା ବେଳେ ହିଲ ପିନ୍ଧିଥିବା ଯୋଗୁ ଚାଲିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ଦେଖି ତାଙ୍କ ସାଥି ସୁବା ଅବନ ମଧ୍ୟ ସଙ୍ଗେ ସଙ୍ଗେ ରହି ତାଙ୍କୁ ସାହାଯ୍ୟ କରିଥିଲେ। ସୁବା ର‍୍ୟାମ୍ପ ଓ୍ଵାକ୍‌ ଅଧାରୁ କେଶାଙ୍କ ସ୍ୟାଣ୍ଡଲ କାଢିବାରେ ସାହାଯ୍ୟ କରିଥିଲେ ଏବଂ ହାତରେ ଧରି ର‍୍ୟାମ୍ପ ଓ୍ଵାକ କରିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ସମଗ୍ର ପାକିସ୍ତାନରେ ଏହି ଦୁଇ ଜଣ ମଡେଲକୁ ନେଇ ଚର୍ଚ୍ଚା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେବଳ ପାକିସ୍ତାନ ନୁହେଁ ବରଂ ଭାରତରେ ମଧ୍ୟ ଏହାର ପ୍ରଶଂସା ହେଉଛି।