ଇତିହାସ ରଚିଲା ଭାରତ, ଦେଶର ‘ପରମସିଦ୍ଧି’କୁ ବିଶ୍ୱର ୫୦୦ ସୁପର କମ୍ପ୍ୟୁଟର ତାଲିକାରେ ମିଳିଲା ୬୩ ତମ ସ୍ଥାନ

ଜାତୀୟ ସୁପର କମ୍ପ୍ୟୁଟିଂ ଅଭିଯାନ(ଏନ୍‌ଏସ୍‌ଏମ୍‌) ଅନ୍ତର୍ଗତ ନିର୍ମିତ ‘ପରମ ସିଦ୍ଧି’ ନାମକ ଭାରତୀୟ ସୁପର କମ୍ପ୍ୟୁଟରକୁ ବିଶ୍ୱର ୫୦୦ ସବୁଠୁ ଶକ୍ତିଶାଳୀ କମ୍ପ୍ୟୁଟର ତାଲିକାରେ ୬୩ ତମ ସ୍ଥାନ ମିଳିଛି। ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ ବିଭାଗ(ଡିଏସ୍‌ଟି) ମଙ୍ଗଳବାର ଦିନ ଏନେଇ ସୂଚନା ଦେଇଛନ୍ତି। ଡିଏସ୍‌ଟି ସଚିବ ଆଶୁତୋଷ ଶର୍ମା କହିଛନ୍ତି ଏହା ଏକ ଐତିହାସିକ ମୁହୂର୍ତ୍ତ। ସୁପର କମ୍ପ୍ୟୁଟର କ୍ଷେତ୍ରରେ ଭାରତ ଦୁନିଆର ସବୁଠୁ ବଡ଼ କେନ୍ଦ୍ର ମଧ୍ୟରୁ ଗୋଟିଏ ବୋଲି ପରମ ସିଦ୍ଧି ପ୍ରମାଣିତ କରିଛି।

ସେ କହିଛନ୍ତି ଆମକୁ ବିଶ୍ୱାସ ଅଛି ଯେ ପରମ ସିଦ୍ଧି ଏଆଇ ଯୋଗୁ ଆମ ଜାତୀୟ ଏକାଡେମୀକ୍‌ ବିକାଶ ଏବଂ ଅନୁସନ୍ଧାନ ସଂସ୍ଥା ମଜଭୁତ ହେବ। ଏହା ବ୍ୟତୀତ ଜାତୀୟ ଜ୍ଞାନ ନେଟ୍‌ଓ୍ଵର୍କରେ ଥିବା ଉଦ୍ୟୋଗ ଓ ଷ୍ଟାର୍ଟଅପ୍‌କୁ ମଧ୍ୟ ଲାଭ ମିଳିବ। ଡିଏସ୍‌ଟି କହିଛି ଯେ ଏଆଇ ପ୍ରଣାଳୀ ଯୋଗୁ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଲାଭ ମିଳିବ ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ପୂର୍ବାନୁମାନ କରି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.