ଆସନ୍ତା ୧୪ରୁ ଆରମ୍ଭ ହେଉଛି ସଂସଦର ମୌସମୀ ଅଧିବେଶନ, ଶନିବାର ଏବଂ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରୁ ସଂସଦର ମୌସମୀ ଅଧିବେଶନ ଆରମ୍ଭ । ଏହା ଅକ୍ଟୋବର ୧ ଯାଏଁ କାର୍ଯ୍ୟକାରୀ କରିବ । ମହାମାରୀ କରୋନା ସଂକ୍ରମଣ ଭିତରେ ଚଳିତ ଅଧିବେଶନରେ ସଂସଦର ଉଭୟ ସଦନ , ବିନା OFF DAYରେ ଚାଲିବ । ଅର୍ଥାତ କୌଣସି ଛୁଟି ରହିବ ନାହିଁ, ଶନିବାର ଏବଂ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ ।

ପ୍ରତିଦିନ ୪ ଘଣ୍ଟା ଲେଖାଏଁ ଗୃହ କାର୍ଯ୍ୟକ୍ଷମ ହେବ । ସେହିପରି ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟକୁ ପରିଚାଳନା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ସକାଳେ ଓ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାହ୍ନରେ ବସିବ । ୧୮ ଦିନ ଧରି ସଂସଦର ମୌସୁମୀ ଅଧିବେଶନ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ମହାମାରୀକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନ ସମୟରେ ସମସ୍ତ ଆବଶକୀୟ ସତର୍କତା ଅବଲମ୍ବନ କରାଯିବ । ଗୃହକାର୍ଯ୍ୟ ବେଳେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.