Below header

ବାଲେଶ୍ୱର: ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା, ଭିଡିଓ ହେଉଛି ଭାଇରାଲ

ବାଲେଶ୍ୱର: ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ସାରକୋଣା ପଞ୍ଚାୟତ କଣ୍ଡିରାଗଡ଼ିଆ ଗାଁର ବିଦ୍ୟାପତି ଦାସଙ୍କର ସ୍ତ୍ରୀ ଭାରତୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ଏକ କିଲୋମିଟର ଦୂରରେ ରହି ଯାଇଥିଲା। ପରିବାର ଲୋକେ କୌଣସି ଉପାୟ ନପାଇ ଗାଁ ଲୋକଙ୍କ ସାହାଯ୍ୟରେ ମହିଳାଙ୍କୁ ଟେକି ଟେକି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ।

ସୂଚନା ଥାଉକି, ଗତକାଲି ଯାଜପୁର ବରୀ ବ୍ଲକ ଜୋରକୂଳ ଗାଁ ଦଳିତ ସାହିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଆମ୍ବୁଲାନ୍ସଟି ଫଶିଯାଇଥିଲା। ଯାହାଫଳରେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ଯାଏଁ ନିଆଯାଇଥିଲା ।ଯାହା ଫଳରେ ଅଧାବାଟରେ ପ୍ରସବ ହୋଇଯାଇଥିଲା। ହେଲେ କିଛି ସମୟ ପରେ ନବଜାତକର ମୃତ୍ୟୁ ହୋଇଯାଇଥିଲା। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.