Below header

ଲିଓନିଲ ମେସିଙ୍କ ଧମାକା, ବାର୍ସିଲୋନା କ୍ଲବ୍ ଛାଡ଼ିବାକୁ ଚାହୁଁଛନ୍ତି ଷ୍ଟାର୍ ଖେଳାଳି

ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ଧରି ସ୍ପେନ୍‌ର ବାର୍ସିଲୋନା ଫୁଟ୍‌ବଲ୍ କ୍ଲବ୍ ପକ୍ଷରୁ ଖେଳୁଥିବା ଷ୍ଟାର୍ ଖେଳାଳି ଲିଓନିଲ ମେସି କ୍ଲବ୍ ଛାଡ଼ିବାକୁ ଚାହୁଁଛନ୍ତି । ଏକଥା ସେ ଲିଖିତ ଭାବେ କ୍ଲବ୍ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।
ତେବେ ଯାହା ଚର୍ଚ୍ଚା ଚାଲିଛି ଯେ ଚାମ୍ପିଅନ୍ସ ଲିଗ୍ କ୍ୱାର୍ଟରଫାଇନାଲ୍‌ରେ ବାଏର୍ଣ୍ଣ ମ୍ୟୁନିକ୍ ଠାରୁ ୮-୨ ଗୋଲ୍‌ରେ ଶୋଚନୀୟ ଭାବେ ହାରିବା ପରେ ମେସି ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହା ବାର୍ସିଲୋନା କ୍ଲବ୍ ଇତିହାସରେ ଗୋଟିଏ ବଡ଼ ଓ ଲଜ୍ଜାଜନକ ପରାଜୟ । ଯାହାଫଳରେ ୨୦୦୭-୦୮ ପରେ କ୍ଲବ୍ ପ୍ରଥମଥର ପାଇଁ ବିନା ଟାଇଟଲ୍‌ରେ ପ୍ରତିଯୋଗିତାରୁ ବିଦା ହୋଇଛି । ତେଣୁ ଏସବୁ ଦୃଷ୍ଟିରୁ ଆର୍ଜେଣ୍ଟିନାର ଏହି କିମ୍ବଦନ୍ତୀ ଫୁଟ୍‌ବଲ୍ ଖେଳାଳି ବାର୍ସିଲୋନା କ୍ଲବ୍ ଛଶଡ଼ିବାକୁ ଇଚ୍ଛା ପ୍ରକାଶ କରିଥିବା କୁହାଯାଉଛି ।

ସେପଟେ କୁହାଯାଉଛି ଯେ ମେସି ଏବେ ଇଂଲଣ୍ଡର ପ୍ରସିଦ୍ଧ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ଖେଳିବାକୁ ଇଚ୍ଛୁକ । ତେବେ ତାଙ୍କର ବାର୍ସିଲୋନା ଛାଡ଼ିବା ନେଇ ଫ୍ୟାନ୍ ଓ ଖେଳାଳି ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.