ହାଇଦ୍ରାବାଦରୁ କରାଚି ଯାଉଥିବା ବସରେ ଲାଗିଲା ଭୟଙ୍କର ନିଆଁ, ୧୩ ମୃତ

ପାକିସ୍ତାନରେ ହାଇଦ୍ରାବାଦରୁ କରାଚି ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଦ୍ରୁତ ବେଗରେ ଆସୁଥିଲା ଏବଂ ହଠାତ ରାସ୍ତାରୁ ତଳକୁ ଖସି ଓଲଟି ଯାଇଥିଲା । ଫଳରେ ବସ୍‌ରେ ନିଆଁ ଲାଗି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ କହିବାନୁସାରେ ବସ୍ ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି । ଦୁର୍ଘଟଣା ନୁରିୟାବାଦ ଅଞ୍ଚଳରେ ଘଟିଛି ।

accident

ସ୍ଥାନୀୟ ପୋଲିସ ଆଇଜି ଡ.ଅଫତାଵ ପଠାନ କହିଛନ୍ତି ଯେ, ବସରେ ୨୨ ଜଣ ଯାତ୍ରୀ ଥିଲେ । ବସ୍‌ରେ ହଠାତ ନିଆଁ ଲାଗିବାରୁ ଲୋକେ ଏହା ଭିତରେ ଫସିଗଲେ ଏବଂ ନିଆଁରେ ପୋଡି ହୋଇଗଲେ। ୧୩ ଜଣ ଦୁର୍ଘଟଣାର ଅଳ୍ପ କିଛି ସମୟ ମଧ୍ୟରେ ପ୍ରାଣ ହରାଇଥିବା ବେଳେ ବାକି ୮ଜଣଙ୍କୁ ବସରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟା ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଦ୍ଧାରକାରୀ ଟିମ୍ ବସରୁ ମୃତଦେହ ବାହାର କରିବାକୁ ଉଦ୍ୟମ କରୁଛନ୍ତି । ଅଧିକାରୀ କହିଛନ୍ତି ଯେ, ହାଇଦ୍ରାବାଦରୁ ୬୦ କିଲୋମିଟର ଦୂରରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।