ତାଳ ଗଛ କାଟୁଥିଲେ ଏହି ବ୍ୟକ୍ତି କିନ୍ତୁ ହଠାତ୍‌ ଗଛ ସହ ଉଡ଼ିଗଲେ, ଦେଖନ୍ତୁ ଭିଡିଓ

ଗଛ କାଟିବା ପାଇଁ ଏବେ ବିଭିନ୍ନ ପ୍ରକାରର ମେସିନ୍‌ ବାହାରିଥିଲେ ବି ସମସ୍ତଙ୍କୁ ଗଛ ଉପରେ ଚଢ଼ିବାକୁ ପଡ଼ିଥାଏ। ଗଛ କାଟିବା ବେଳେ ବିଭିନ୍ନ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ନଚେତ୍‌ କେଉଁ ମୁହୂର୍ତ୍ତର୍ରେ ବି ଅଘଟଣ ଘଟିପାରେ। ତେବେ ଏବେ ଗଛ କଟା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ତାଳ ଗଛ ଅଗରେ ବସି ଗଛ କାଟୁଛନ୍ତି। କିନ୍ତୁ ଗଛର ମୁଣ୍ଡ କଟିଗଲା ପରେ ତାଙ୍କର ଯାହା ଅବସ୍ଥା ହେଉଛି ତାହା ଦେଖିଲେ ଆପଣ ବି ଡରିଯିବେ।

ଦେଖନ୍ତୁ ଭିଡିଓ:

ଭିଡିଓରେ ଆପଣ ଦେଖିପାରୁଥିବେ ବ୍ୟକ୍ତି ଜଣକ ଏକ ବିରାଟକାୟ ତାଳ ଗଛରେ ଚଢ଼ିଛନ୍ତି। ଉକ୍ତ ବ୍ୟକ୍ତି ତାଳ ଗଛର ମୁଣ୍ଡକୁ କାଟୁଛନ୍ତି। ଗଛ ମୁଣ୍ଡର ଓଜନ ଅଧିକ ଥିବାରୁ ଯେ ପର୍ଯ୍ୟନ୍ତ ତାହା କଟା ହୋଇନାହିଁ ସେ ଯାଏଁ ସ୍ଥିର ଅଛି। କିନ୍ତୁ ମୁଣ୍ଡ କଟିଯିବା ପରେ ଗଛ ହାଲକା ହୋଇ ଯାଉଛି ଫଳରେ ବ୍ୟକ୍ତି ଗଛ ସହ ପଛକୁ ଛିଟିକି ଆସିଛନ୍ତି। ତେବେ ବ୍ୟକ୍ତିଙ୍କ ଭାଗ୍ୟ ଟାଣ ଥିବାରୁ ସେ ଗଛକୁ ଶକ୍ତ କରି ଧରିଛନ୍ତି। ଏଣୁ ତଳକୁ ଖସିପଡ଼ିନାହାନ୍ତି। ଦେଖନ୍ତୁ କେମିତି ଦୀର୍ଘ ସମୟ ଧରି ସେ ଗଛରେ ଝୁଲି ରହି ଜୀବନ ବଞ୍ଚାଇଛନ୍ତି।

ଟ୍ଵିଟରରେ ଏହି ଭିଡିଓକୁ RexChapman ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ଏଭଳି ତାଳ ଗଛ କଟା ବୋଧେ କେହି କେବେ ଦେଖି ନଥିବେ’। ଏହି ୩୪ ସେକେଣ୍ଡର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏବେ ଯାଏଁ ଏହି ଭିଡିଓକୁ ୬.୨ ମିଲିୟନ୍‌ ଥର ଦେଖା ସରିଲାଣି। ସେହିଭଳି ୮୦ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି।

ଭିଡିଓରେ ଆସିଥିବା କେତେକ କମେଣ୍ଟ ଉପରେ ଥରେ ନଜର ପକାନ୍ତୁ…