‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ କୃଷି ବିଲ୍ ଚାଷୀଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ

କେନ୍ୟୁଜ୍(ବ୍ୟୁରୋ): ଆଜି ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କର ରେଡିଓ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ସେ ଦେଶର କୃଷି ବିଲ୍ ଓ ଚାଷୀଙ୍କ ପ୍ରସଙ୍ଗରେ କହିଥିଲେ । କୃଷି ବିଲ୍ ଚାଷୀଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ । କରୋନା ସମୟରେ ବିଭିନ୍ନ କ୍ଷେତ୍ରରେ ଶୋଚନୀୟ ସ୍ଥିତି ଥିବା ବେଳେ କୃଷି କ୍ଷେତ୍ରରେ କିନ୍ତୁ ସ୍ଥିତି ଅପରିବର୍ତ୍ତିତ ଥିଲା। ଶେଷରେ ସହିଦ ହୋଇଥିବା ଦେଶର ବୀର ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରୋନା କଟକଣା ମାନି ଚଳିବାକୁ ଦେଶବାସୀଙ୍କୁ ଆହ୍ବାନ କରିଥିଲେ ପ୍ରଧାନମନ୍ତ୍ରୀ ।
ଏହା ସହ ପ୍ରଧାନମନ୍ତ୍ରୀ ଦେଶରେ କୃଷକମାନଙ୍କ ଗୁରୁତ୍ବ ଉପରେ ଆଲୋଚନା କରି ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ସେ ବିଷୟରେ କହିଥିଲେ। ଦେଶର କୃଷକମାନେ ଯେତେ ଶକ୍ତିଶାଳୀ ହେବେ, ଗାଁ ସେତେ ଅଧିକ ଶକ୍ତିଶାଳୀ ହେବ, ଦେଶ ସେତେ ଆତ୍ମନିର୍ଭର ହେବ। ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ କେବଳ କୃଷକଙ୍କ ଶକ୍ତିରେ ନିର୍ମାଣ ହେବ। ଯଦି କୃଷକ ଶକ୍ତିଶାଳୀ ହୁଏ, ତେବେ ଭାରତ ଆତ୍ମନିର୍ଭରଶୀଳ ହେବ। ଆଜି କୃଷକମାନେ ନିଜ ଇଚ୍ଛାରେ ଉତ୍ପାଦ ବିକ୍ରୟ କରିବାର ସ୍ୱାଧୀନତା ପାଇଛନ୍ତି। ସାମ୍ପ୍ରତିକ ଅତୀତରେ, ଏହି କ୍ଷେତ୍ରଗୁଡିକ ନିଜକୁ ଅନେକ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି।
ଦେଶକୁ ସମ୍ବୋଧନ କରି ଆଗକୁ ଆସୁଥିବା ଦେଶର ବୀରପୁତ୍ରମାନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସହିଦ ଭଗତ ସିଂଙ୍କୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ। ସେମାନଙ୍କ ବୀରତ୍ବ ବିଷୟରେ ଦେଶବାସୀଙ୍କୁ ପୁଣି ଥରେ ମନେ ପକାଇ ଦେଇଥିଲେ। ଶେଷର ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ କୋଭିଡ ନିୟମ ମାନି ଚଳିବା ପାଇଁ ଉପଦେଶ ଦେଇଥିଲେ।