କରୋନା କବ୍ଜାରେ ବିଗ୍ବସ୍ ପ୍ରତିଯୋଗୀ ହିମାଂଶୀ ଖୁରାନା, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା

କରୋନା ଏବେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇ ସାରିଲାଣି। କେତେକ ବଲିଉଡ୍ ଓ ଟିଭି ଷ୍ଟାର ବି କରେନାର ଶିକାର ହୋଇଛନ୍ତି। ତେବେ ଏବେ ବିଗ୍ ବସ୍ ପ୍ରତିଯୋଗୀ ହିମାଂଶୀ ଖୁରାନା ବି କରୋନାର ଶିକାର ବନିଛନ୍ତି। ବିଗ୍ବସ୍ ୧୩ର ପ୍ରତିଯୋଗୀ ଓ ପଞ୍ଜାବୀ ସିଙ୍ଗର ହିମାଂଶୀ ଖୁରାନାଙ୍କୁ କରୋନା। ଏନେଇ ସେ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।
I jst wanted to inform people who came in my contact to get ur test done & please take proper precautions in d protest. Its my request to all the people protesting to not forget that we are going through pandemic so please take proper care.
— Himanshi khurana (@realhimanshi) September 27, 2020
ହିମାଂଶୀ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୋ କୋଭିଡ୍-୧୯ ଟେଷ୍ଟ ପଜିଟିଭ୍ ଆସିଛି। ଆପଣ ସମସ୍ତେ ଜାଣିଥିବେ ଯେ କିଛି ଦିନ ତଳେ ମୁଁ କୃଷକଙ୍କ ଦ୍ୱାରା ଚାଲିଥିବା ବିରୋଧରେ ଅଂଶଗ୍ରହଣ କରିଥିଲି। ସେଠାରେ ବହୁତ ଭିଡ଼ ଥିଲା। ଏଣୁ ଆଜି ସୁଟିଂ ପାଇଁ ଯିବା ପୂର୍ବରୁ ମୁଁ କୋଭିଡ୍ ଟେଷ୍ଟ କରାଇଥିଲି। ଏବେ ମୋ ରିପୋର୍ଟ ପଜିଟିଭ୍ ଆସିଛି।
I want 2 inform u all dat i hv been tested positive 4 covid-19 even after taking proper precautions .As you all know that i was the part of the protest day before yesterday & d area was crowded so i thought to get d test done before i go for my shoot today evening.
— Himanshi khurana (@realhimanshi) September 27, 2020
ଏହା ବ୍ୟତୀତ ହିମାଂଶୀ ଆଉ ଏକ ଟ୍ଵିଟ୍ କରି କହିଛନ୍ତି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ବି ନିଜ କରୋନା ଟେଷ୍ଟ କରାଇ ନିଅନ୍ତୁ। ଏଥିସହ ବିରୋଧରେ ଅଂଶ ଗ୍ରହଣ କରିଥିବା ଲୋକମାନେ ସାବଧାନତା ଅବଲମ୍ବନ କରନ୍ତୁ ବୋଲି ସେ କହିଛନ୍ତି।