ଅକ୍ଟୋବର ପହିଲାରୁ ଆଉ ପାଖରେ ଧରି ବୁଲିବାକୁ ପଡିବନି ଗାଡି କାଗଜପତ୍ର, ତାହେଲେ ଜାଣନ୍ତୁ କେମିତି ହେବ ଟ୍ରାଫିକ ଚେକିଂ

ପୁଣି ବଦଳିବ ଟ୍ରାଫିକ ନିୟମ। ଟ୍ରାଫିକ୍‌ ପୋଲିସକୁ ଚକମା ଦେବା ଆଉ ହେବ ନାହିଁ ସହଜ। ଏବେ ଗାଡି ଚଲାଇବା ସମୟରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଭଳି କାଗଜପତ୍ରକୁ ରଖିବାର ମଧ୍ୟ ଆବଶ୍ୟକତା ନାହିଁ। ଦେଶରେ ଅଧିକାଂଶ ଲୋକ କାର କିମ୍ବା ବାଇକ ଚଲାଇବା ସମୟରେ ନକଲି କାଗଜପତ୍ର ଦେଖାଇ ଟ୍ରାଫିକ ପୋଲିସ ଠାରୁ ରକ୍ଷା ପାଇଯାଉଛନ୍ତି। ଏମିତି ଏଥିପାଇଁ ହୋଇଥାଏ କାହିଁକିନା ଅଧିକାଂଶ ରାଜ୍ୟରେ ଟ୍ରାଫିକ ପୋଲିସଙ୍କ ପାଖରେ ଦସ୍ତାବିଜର ତୁରନ୍ତ ସତ୍ୟାପନ କରିବାର ସୁବିଧା ଉପଲବ୍ଧ ନାହିଁ। କିନ୍ତୁ ଏବେ ଆଉ ଏମିତି ହେବନାହିଁ। ଏଣିକି ଟ୍ରାଫିକ ଅଧିକାରୀଙ୍କ ପାଖରେ ଆପଣଙ୍କ ଗାଡିର ସବୁ ଡକ୍ୟୁମେଣ୍ଟ ପୂର୍ବରୁ ହିଁ ମହଜୁଦ୍‌ ରହିବ।

trafficକେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ଏହା ବିଷୟରେ ଏକ ଆକ୍ଟ ପ୍ରସ୍ତୁତ କରି ନୋଟିଫିକେସନ୍‌ ଜାରି କରିଛି, ଯାହା ଅକ୍ଟୋବର ୧ ଠାରୁ ଲାଗୁ ହେବାକୁ ଯାଉଛି। କେନ୍ଦ୍ର ସରକାର ଜଣାଇଛନ୍ତି ଯେ ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ସମେତ ଗାଡି କାଗଜପତ୍ରକୁ ୧ ଅକ୍ଟୋବର ୨୦୨୦ ଠାରୁ ସୂଚନା ପ୍ରୋଦ୍ୟୋଗିକ ପୋର୍ଟାଲ ମାଧ୍ୟମରେ କରାଯାଇପାରିବ।

ମନ୍ତ୍ରାଳୟ ରାଜ୍ୟ ପରିବହନ ବିଭାଗ ଏବଂ ଟ୍ରାଫିକ ପୋଲିସକୁ ବାହନ ଚାଳକଙ୍କ ଠାରୁ କାଗଜପତ୍ର ମାଗିବାକୁ ମନା କରିଛି। ଏହା ବଦଳରେ ଏକ ସପ୍ଟଓ୍ଵୟାର ବିକସିତ କରାଯିବ। ଯାହା ଜରିଆରେ ଟ୍ରାଫିକ ପୋଲିସକର୍ମୀ କିମ୍ବା ବିଭାଗୀୟ ପରିବହନ ଅଧିକାରୀ ଗାଡିର ନମ୍ବର ନିଜ ମେସିନରେ ଏଣ୍ଟର କରି ଗାଡିର ସବୁ କାଗଜପତ୍ରକୁ ଯାଞ୍ଚ କରିପାରିବେ। ଏହି ସଫ୍ଟେଓ୍ଵୟାର ନିର୍ଦ୍ଧାରିତ ତାରିଖ ଠାରୁ ପରିବହନ ସଫ୍ଟେଓ୍ଵୟାର ସହିତ ଯୋଡି ଦିଆଯିବ। ଏଥିରେ ଗାଡିର ରେଜିଷ୍ଟ୍ରେସନ ନମ୍ବର ଦେବା ଦ୍ୱାରା ସେହି ବାହନର ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇପାରିବ।

ଗାଡି ଚାଳକଙ୍କୁ କଣ ଫାଇଦା ମିଳିବ ଜାଣନ୍ତୁ

traffic fine

-ଆକ୍ଟ ଅନୁଯାୟୀ ଯଦି କୌଣସି ପୋଲିସକର୍ମୀଙ୍କ ପାଖରେ ଯାଞ୍ଚ ମେସିନ ନାହିଁ ତାହେଲେ ସେ ସ୍ମାର୍ଟଫୋନରେ ଉକ୍ତ ସଫ୍ଟେଓ୍ଵୟାରକୁ ଡାଉନଲୋଡ କରି ଗାଡି କାଗଜପତ୍ରକୁ ଯାଞ୍ଚ କରିପାରିବେ। ଯଦି ଏପରି ହେଉନାହିଁ ତାହେଲେ ଏହାର ଦାୟୀ ନିଜେ ପୋଲିସକର୍ମୀ ରହିବେ। ଏଥିରେ ଟ୍ରାଫିକ କର୍ମଚାରୀ କିମ୍ବା ପୋଲିସ ଗାଡି ମାଲିକଙ୍କୁ କାଗଜପତ୍ରକୁ ନେଇ କୌଣସି ପ୍ରଶ୍ନ କରିପାରିବେନାହିଁ।

-ଯଦି ଗାଡିର ଚାଲାଣ କଟାଯାଇଛି ଏବଂ ଗାଡି ମାଲିକ ଚାଲାଣର ପେମେଣ୍ଟ କରିନାହାଁନ୍ତି ତାହେଲେ ପରିବହନ ସମ୍ବନ୍ଧୀୟ ଟ୍ୟାକ୍ସ ଜମା କରିବାକୁ ହେବ।

-ଟ୍ୟାକ୍ସ ନ ଭରିବା ସ୍ଥିତିରେ ଗାଡି ମାଲିକ ନା ନିଜ ଗାଡି ବିକ୍ରି କରିପାରିବେ ଏବଂ ନା ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ରିନ୍ୟୁ କରିପାରିବେ।

-ଚାଲାଣ ପରେ ଚାଲାଣ ଜମା କରିବା ବିନା ପରିବହନ କାର୍ଯ୍ୟାଳୟ ସମ୍ବନ୍ଧୀୟ କୌଣସି ବି କାମ ହେବନାହିଁ। କାହିଁକିନା ଏହାଦ୍ୱାରା ବାହାର ଗାଡି ଗୁଡିକରେ ସମସ୍ୟା ହୋଇଥାଏ।

ତେବେ ଯଦି ଟ୍ରାଫିକ ନିୟମରେ ଏହିସବୁ ପରିବର୍ତ୍ତନ ହେଲା ତାହେଲେ ଆଇଟି ସେବା ଏବଂ ଇଲେକଟ୍ରୋନିକ ମାଧ୍ୟମରେ ଦେଶର ଟ୍ରାଫିକ ନିୟମକୁ ବହୁତ ବଢ଼ିଆ ଢ଼ଙ୍ଗରେ ଲାଗୁ କରିବାରେ ସାହାଯ୍ୟ ମିଳିବ। ଏହାସହିତ ଗାଡି ଚାଳକଙ୍କର ହେଉଥିବା ଟ୍ରାଫିକ ସମସ୍ୟା କମ୍‌ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.